29.1 C
Bhubaneswar
Thursday, September 3, 2026
Homeଓଡିଶାରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ

ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ରାଜ୍ୟ ଯୋଗାଣ ନିଗମର ୪୭ତମ ପ୍ରତିଷ୍ଠା ଦିବସ ଆଜି ନିଗମ ପରିସରରେ ପାଳିତ ହୋଇଯାଇଛି । ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ନଗମ ଏହାର ଯାତ୍ରା ବଜାୟ ରଖିଛି । କୃଷକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରି ଅନେକ ପ୍ରଶଂସା ମଧ୍ୟ ସାଉଁଟିଛି । ଆଜି ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିଗମର କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରିଥିଲେ । ଚାଷୀମାନଙ୍କ ଧାନ ସଂଗ୍ରହଠାରୁ ଆରମ୍ଭ କରି ସେମାନଙ୍କ ପ୍ରାପ୍ୟ ପ୍ରଦାନରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି । ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଠିକଣା ସମୟରେ ରାସନ ସାମଗ୍ରୀ ପ୍ରଦାନ କରିବାରେ ସଫଳ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଲେ ଯେ ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଆଧାର ଆଧାରିତ ପଞ୍ଜିକରଣଠାରୁ ଆରମ୍ଭ କରି ଠିକଣା ସମୟରେ ଧାନ ସଂଗ୍ରହ ଓ ଦେଶରେ ପ୍ରମୁଖ ରାଜ୍ୟ ଭାବେ ଧାନକିଣାର ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରି ଉଦାହରଣ ସୃଷ୍ଟି କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ସେହିଭଳି ଭାରତୀୟ ଖାଦ୍ୟ ନିଗମର ସାଧାରଣ ପରିଚାଳକ ଶ୍ରୀ ନିହାର ରଞ୍ଜନ ପ୍ରଧାନ ଓ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଶ୍ରୀକାନ୍ତ ବେହୁରା ପ୍ରମୁଖ ନିଗମର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ ।ଏହି ଅବସରରେ ବିଭାଗୀର ମାସିକ ସଂକ୍ଷିପ୍ତ ପୁସ୍ତିକା ‘ଯୋଗାଣ ଦର୍ପଣ’ ଉନ୍ମୋଚନ କରାଯାଇଥିବାବେଳେ ଗତ ବର୍ଷକ ମଧ୍ୟରେ ନିଗମରୁ ଅବସର ଗ୍ରହଣ କରିଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିଗମର ଅର୍ଥ ସାଧାରଣ ପରିଚାଳକ ଶ୍ରୀ ବିବେକାନନ୍ଦ ଦାସ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ସାଧାରଣ ପରିଚାଳକ ଶ୍ରୀ ପ୍ରଭାତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ନିଗମ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକାରୀ ଓ କର୍ମଚାରୀମାନେ ଉପଭୋଗ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ପରିଚାଳକ ଶ୍ରୀମତୀ ଏଲୋରା ସାମଲ, ପ୍ରଣତି ପ୍ରିୟଦର୍ଶିନୀ, ବିତ୍ତ ପରାମର୍ଶଦାତା ଶ୍ରୀ ଦେବରାଜ ମଣ୍ଡଳଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking