29.1 C
Bhubaneswar
Thursday, September 3, 2026
Homeଓଡିଶାକୋରାପୁଟରେ ଭାରତ ନିର୍ବାଚନ ଆୟୋଗ ପ୍ରମୁଖ ସଚିବଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ -2026ର ଅଗ୍ରଗତି ସମୀକ୍ଷା

କୋରାପୁଟରେ ଭାରତ ନିର୍ବାଚନ ଆୟୋଗ ପ୍ରମୁଖ ସଚିବଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ -2026ର ଅଗ୍ରଗତି ସମୀକ୍ଷା

ଭୁବନେଶ୍ୱର: ଭାରତ ନିର୍ବାଚନ କମିଶନ (ଇସିଆଇ)ଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କୋରାପୁଟ ଜିଲ୍ଲା ସଂଗ୍ରହାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତ ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ ଶ୍ରୀ ଏସ୍.ବି. ଯୋଶୀ, ଅନୁ ସଚିବ ଶ୍ରୀ ବିଭୋର ଅଗ୍ରୱାଲ ଏବଂ ଓଡ଼ିଶା ସରକାରଙ୍କ ଗୃହ (ନିର୍ବାଚନ) ବିଭାଗର ଉପସଚିବ ଶ୍ରୀ ଜିତେନ୍ଦ୍ର ପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ବୈଠକର ପ୍ରାରମ୍ଭରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଭାରତ ନିର୍ବାଚନ କମିଶନ ଏବଂ ରାଜ୍ୟ ଗୃହ (ନିର୍ବାଚନ) ବିଭାଗର ଆଗତ କର୍ମକର୍ତ୍ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ସହ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ କରିଥିଲେ।

ଆସନ୍ତା ୨୧.୦୯.୨୦୨୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କରାଯିବାକୁ ଥିବାବେଳେ, ପ୍ରମୁଖ ସଚିବ ଶ୍ରୀ ଯୋଶୀ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀୱାରୀ ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସେ ସମସ୍ତ ନିର୍ବାଚକ ପଞ୍ଜିକରଣ ଅଧିକାରୀ ଙ୍କ ସହ ସ୍ୱତନ୍ତ୍ର ଭାବେ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ, ଅଗ୍ରଗତି ଏବଂ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ପ୍ରମୁଖ ସଚିବ ନିର୍ବାଚନୀ ସାକ୍ଷରତା କ୍ଲବ (ELC) ଗୁଡ଼ିକର ସକ୍ରିୟତା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ନୂତନ ଓ ଯୁବ ଭୋଟରମାନଙ୍କୁ ନିର୍ବାଚନୀ ପ୍ରକ୍ରିୟାରେ ସାମିଲ କରିବା ପାଇଁ ନିର୍ବାଚନୀ ସାକ୍ଷରତା କ୍ଲବ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ସେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ଛାତ୍ରଛାତ୍ରୀ, ଯୁବବର୍ଗ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଗଣତାନ୍ତ୍ରିକ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦିଷ୍ଟ କଦମୁକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକୁ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ଭାରତ ନିର୍ବାଚନ କମିଶନଙ୍କ ସମସ୍ତ ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇ ବୈଠକ ଶେଷ ହୋଇଥିଲା। ଏହି ଆଲୋଚନାରେ ଜିଲ୍ଲାର ନିର୍ବାଚକ ପଞ୍ଜିକରଣ ଅଧିକାରୀ (ଇଆରଓ) ଓ ନିର୍ବାଚନ ବିଭାଗୀୟ ଉପ-ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking