26.1 C
Bhubaneswar
Wednesday, May 8, 2024
Homeଓଡିଶାରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା କଂଗ୍ରେସ,ମହିଳା କମିଶନ...

ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା କଂଗ୍ରେସ,ମହିଳା କମିଶନ ଅଧ୍ୟକ୍ଷାଙ୍କୁ ସ୍ମାରକ ପତ୍ର

ଭୁବନେଶ୍ୱର  – ସଂପ୍ରତି ରାଜ୍ୟରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ଓ ଅସଦାଚରଣ
ଯେଉଁଭଳି ଭାବରେ ବୃଦ୍ଧି ପାଇଛି ସେ ସଂପର୍କରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।
ରାଜ୍ୟ ସରକାର ମା’କୁ ସମ୍ମାନ ଡିଣ୍ଡିମ ପିଟୁଥିଲା ବେଳେ ପ୍ରତି ଦିନ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ହତ୍ୟା ଭଳି ହୃଦୟ
ବିଦାରକ ଘଟଣା ହୁ ହୁ ହୋଇ ଘଟି ଚାଲିଛି । ଦୋଷୀକୁ ଦଣ୍ଡ ଦେବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପରିବର୍ତେ
ଗୃହ ବିଭାଗ ଦାୟିତ୍ୱରେ ଥିବା ମାନନୀୟ ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିବା ଏବଂ ଦୋଷୀଙ୍କୁ ଘଂଟ ଘୋଡାଇବା ଦ୍ୱାରା
ଏଭଳି ଜଘନ୍ୟ ଅପରାଧ ଦିନକୁ ଦିନ ବୃଦ୍ଧି ପାଉଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ନିଜେ ଜଣେ ମହିଳା ହୋଇ ମଧ୍ୟ
ଏଭଳି ଘଟଣାକୁ ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ସ୍ପଷ୍ଟ ବାରିହୋଇ ପଡୁଛି । ଦୋଷୀଙ୍କୁ କଠୋର ଦଣ୍ଡ, ମୁଖ୍ୟମନ୍ତ୍ରୀ
ଓ ମହିଳା ଶିଶୁବିକାଶ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବିରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବେନଶ୍ୱର
କଂଗ୍ରେସ ଭବନଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସରକାର ବିରୋଧି ସ୍ଲୋଗାନ ମାନ ଦେଇ ମାଷ୍ଟରକ୍ୟାଂଟିନ
ଛକ ନିକଟରେ ପହଂଚି ମାନନୀୟ ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରାଯାଇଥିଲା ।
ପରେ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର
ସଚିବଙ୍କୁ ପ୍ରଦାନ କରିଥିଲେ ।

ଏହି ପ୍ରତିନିଧି ମଣ୍ଡଳୀ ଓ ବିକ୍ଷୋଭରେ ରଶ୍ମି ମହାପାତ୍ର, ବିଣାପାଣି ସମାଲ, ନିରୁପମା ଦାସ, କୁସୁମ ପ୍ରଧାନ, ନିରୁପମା
ପାତ୍ର, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶ୍ରିୟାସ୍ମିତା ପଣ୍ଡା, ସୂର୍ଯ୍ୟକାନ୍ତି ବାଗ, ନିରୋଦମଞ୍ଜରୀ ଗଡନାୟକ, ଗଣେଶ୍ୱର
ବେହେରା, ଶିବାନନ୍ଦ ରାୟ, ବିଶ୍ୱ ଭୂଷଣ ଦାସ, ରାଜୀବ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ମନୋରଞ୍ଜନ ଦାଶ,
ପଦ୍ମାକର ଗୁରୁ, ରଜନୀ ମହାନ୍ତି, ଦୀପକ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ରଂଜିତ ପାତ୍ର, ୟାସିର ନୱାଜ, ସରୋଜ
ପରିଡା, ସୌମ୍ୟରଂଜନ ମିଶ୍ର, ଅମୀୟ ପଟ୍ଟନାୟକ, ନରେଶ ମହାନ୍ତି, ନିରଞ୍ଜନ ନାୟକ, ନିରଞ୍ଜନ ଦାସ, ହଳଧର
ସେଠୀ, ମାନସ ଆଚାର୍ଯ୍ୟ, ସୁଶାନ୍ତ ତ୍ରିପାଠୀ, ରସିକ ଚାନ୍ଦ ପଟ୍ଟନାୟକ, ଜ୍ୟୋତିଷ ସାହୁ, ସତ୍ୟସ୍ମିତ ମହାନ୍ତି, ମାନସ
ମଲ୍ଲିକ, ଅଭିଷେକ ସେଠ୍‌, ଆତ୍ମାରାମ ପତି, ଦେବୀ ପ୍ରସାଦ ବାହାଲିଆ, ମନୋଜ ସାହୁ, ରାଜକିଶୋର ବାରିକ, ସୁବ୍ରତ
ମହାପାତ୍ର, ସଂକୁନା କହଁର, ସାଗର ପରିଡା, ପ୍ରକାଶ ମିଶ୍ର, କହ୍ନେଇ ଚରଣ ସେଠୀ, ତରୁଣ ମିଶ୍ର, ବିନୋଦ ରାଉତ,
ମନୋରଞ୍ଜନ ରାଉତରାୟ, ଶତାବ ଯାଦବ, ମିର୍ ଅହମ୍ମଦ ଅଲ୍ଲୀ, ଜୟକୃଷ୍ଣ ସୁବୁଦ୍ଧି, ନିରଞ୍ଜନ ଲେଙ୍କା, ସେକ୍ ତକ୍‌ୱିମ୍‌
ଅହମ୍ମଦ, ଜମ୍ବେଶ୍ୱର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking