39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଗାନ୍ଧିଜୀଙ୍କ ନେତୃତ୍ୱରେ ହୋଇଥିଲା ଅସହଯୋଗ ଆନ୍ଦୋଳନ

ଗାନ୍ଧିଜୀଙ୍କ ନେତୃତ୍ୱରେ ହୋଇଥିଲା ଅସହଯୋଗ ଆନ୍ଦୋଳନ

ଭୁବନେଶ୍ୱର : ୧୯୧୯ରେ ରାଉଲାଟ ଆକ୍ଟ ବିରୋଧରେ ଅସହଯୋଗ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଗାନ୍ଧୀ । ଏହି ଆନ୍ଦୋଳନରେ ଇଂରେଜମାନଙ୍କ ବିରୋଧରେ ଶାନ୍ତିମୂଳକ ପ୍ରତିବାଦ ତଥା ବିଦେଶୀ ଦ୍ରବ୍ୟ ପୋଡି ପାଇଁ ଗାନ୍ଧିଜୀ ଆହ୍ୱାନ ଦେଇଥିଲେ । ଏହି ସମୟରେ ଗାନ୍ଧିଜୀଙ୍କୁ ବନ୍ଦି କରାଯାଇଥିଲା । ସେହି ସମୟରେ ଜାଲିଆନାଓାଲାବାଗ ହତ୍ୟାକାଣ୍ଡ ମଧ୍ୟ ହୋଇଥିଲା । ଯେଉଁଥିରେ ୨ ଜାତୀୟ ଲିଡର ଗିରଫ ବିରୋଧରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଜମା ହୋଇଥିବା ଲୋକଙ୍କ ଉପରେ ଗୁଳିଚାଳନା କରାଯାଇଥିଲା । ଏହା ପରେ ଅସହଯୋଗ ଆନ୍ଦୋଳନ ଆହୁରି ଉଗ୍ରରୂପ ଧାରଣ କରିଥିଲା । ଭାରତୀୟମାନଙ୍କୁ ଶାନ୍ତ କରିବା ପାଇଁ ଗାନ୍ଧିଜୀ ମୃତ୍ୟୁ ପର୍ଯ୍ୟନ୍ତ ଉପବାସରେ ବସିଲେ ।୧୯୨୧ରେ ଗାନ୍ଧିଜୀ ରାଷ୍ଟ୍ରୀୟ କଂଗ୍ରେସର ନେତୃତ୍ୱ ନେଲେ । ଏବେ ବିଦେଶୀ ଦ୍ରବ୍ୟ ବର୍ଜନ ଓ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ପାଇଁ ଆହ୍ୱାନ ଦେଲେ । ଯେଉଁ ଭାରତୀୟମାନେ ଇଂରେଜମାନଙ୍କ ପାଖରେ ଚାକିରୀ କରୁଥିଲେ ତାଙ୍କୁ ଚାକିରୀ ଛାଡି ଅସହଯୋଗ ପାଇଁ ଉପଦେଶ ଦେଲେ । ଅସହଯୋଗ ଆନ୍ଦୋଳନ ସାରା ଦେଶରେ ସଫଳ ରହିଲା । ଅଧିକାଂଶ ଲୋକେ ସ୍ୱଦେଶୀ ନୀତିର ଅନୁସରଣ କଲେ । କିନ୍ତୁ ଚୌରଚୋରା ହତ୍ୟାକାଣ୍ଡ ପରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇ ୬ ବର୍ଷ କାରାଦଣ୍ଡ ଦିଆଯାଇଥିଲା । ହେଲେ ଦୁଇ ବର୍ଷ ପରେ ଛାଡି ଦିଆଯାଇଥିଲା । ଏହି ସମୟରେ ତାଙ୍କୁ ଅସହଯୋଗ ଆନ୍ଦୋଶନ ପ୍ରତ୍ୟାହାର କରିବାକୁ ପଡିଲା । ଜେଲରେ ରହି ମଧ୍ୟ ଦେଶର ବିଭିନ୍ନ ସମୟରେ ହେଉଥିବା ହିଂସାକୁ ରୋକିବା ପାଇଁ ପ୍ରୟାସ ଜାରି ରଖିଲେ । ତାଙ୍କ କାରାବାସରେ ଦୁଇ ଭାଗରେ ବାଣ୍ଟି ହୋଇଯାଇଥିବା ଭାରତୀୟ କଂଗ୍ରେସକୁ ମଧ୍ୟ ଏକ୍ କରିବା ପାଇଁ ସେ ସମସ୍ତ ଚେଷ୍ଟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking