32.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଓଡ଼ିଶାକୁ ଆସୁନି ମହାନଦୀ ପାଣି : କଲମାର ୬୪ଟି ଗେଟ୍ ବନ୍ଦ କରି ପାଣି ରୋକିଛି...

ଓଡ଼ିଶାକୁ ଆସୁନି ମହାନଦୀ ପାଣି : କଲମାର ୬୪ଟି ଗେଟ୍ ବନ୍ଦ କରି ପାଣି ରୋକିଛି ଛତିଶଗଡ଼

ଝାରସୁଗୁଡା : ମହାନଦୀଉପର ମୁଣ୍ଡରେ ଛତିଶଗଡ଼ ସରକାର କଲମା ବ୍ୟାରେଜର ୬୬ଟି ଗେଟରୁ ୬୪ଟି ବନ୍ଦ କରି ସାରିଲେଣି । ଫଳରେ ମହାନଦୀର ଜଳସ୍ରୋତ କଲମା ବ୍ୟାରେଜକୁ ପାର କରି ଆଉ ଓଡ଼ିଶାକୁ ଆସିପାରୁନି । କଲମା ବ୍ୟାରେଜର ଉପର ମୁଣ୍ଡରେ(ଛତିଶଗଡ଼ ପଟେ) ପାଣି ଚହଳ ମାରୁଥିବାବେଳେ ତଳ ମୁଣ୍ଡରେ(ଓଡିଶା ପଟେ) ଶୁଖିଲା ଭୁଇଁ ଦେଖା ଦେଉଛି । ଫଳରେ ଖରାଦିନ ଆରମ୍ଭରୁ ହିଁ ଓଡ଼ିଶାରେ ମହାନଦୀ ଶୁଖିବାରେ ଲାଗିଲାଣି । ଆଉ କିଛି ଦିନ ମଧ୍ୟରେ ଏହାର ସମ୍ପୂର୍ଣ୍ଣ ଭାବରେ ଶୁଖିଯିବ । ମହାନଦୀ ଶୁଖିଗଲେ ରବି ଫସଲ ପାଇଁ ମହାନଦୀ ଉପରେ ନିର୍ଭର କରୁଥିବା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ର କଣ୍ଢେଇକେଲା, ବାଦିମାଲ, ଭିଖମପାଲି, ପଲସଦା, ଚାରପାଲି ଓ ରେମତା, ସାଗରପାଲି, ପଣ୍ଡରୀ ପରି ଅନେକ ଗ୍ରାମର ହଜାରହଜାର ଚାଷୀ ବିଶେଷ ଭାବରେ ପ୍ରଭାବିତ ହେବେ । ସେହିପରି ଜିଲ୍ଲାର ହଜାର ହଜାର ସତ୍ସ୍ୟଜୀବୀ ସେମାନଙ୍କ ରୋଜଗାରର ପନ୍ଥା ହରାଇବେ । ଅନ୍ୟପଟେ ମହାନଦୀର ମୁଖ୍ୟସ୍ରୋତକୁ ଛତିଶଗଡ଼ ସରକାର ବ୍ୟାରେଜ କରି ଖାରାଦିନେ ରୋକି ଦେଉଥିବାରୁ ଏବେ ଉପାନ୍ତ ଅଞ୍ଚଳରେ ଭୂତଳ ଜଳ ଖସିବାରେ ଲାଗିଲାଣି ।  କଲମା ବ୍ୟାରେଜ ହେବା ପୂର୍ବରୁ ଉପାନ୍ତ ୧୯ ଖଣ୍ଡ ଅଞ୍ଚଳରେ ଯେକୌଣସି ସ୍ଥାନରେ ବୋରୱେଲ କଲେ ୭୦ରୁ ୮୦ ଫୁଟରେ ପାଣି ମିଳୁଥିଲା । ହେଲେ ଏବେ ଶହଶହ ଫୁଟ ତଳକୁ ଖୋଲିଲେ ମଧ୍ୟ ପାଣିର ପତ୍ତା ମିଳୁ ନାହିଁ ବୋଲି ଧୂଲୁଣ୍ଡା ଗ୍ରାମର ଚାଷୀ ଉପେନ୍ଦ୍ର ବିଶ୍ୱାଳ କହିଛନ୍ତି ।  ତେବେ ଉପାନ୍ତ ଅଞ୍ଚଳବାସୀଙ୍କୁ ପଚାରିବାରୁ କହିଛନ୍ତି ଛତିଶଗଡ଼ ସରକାର କଲମା ବ୍ୟାରେଜରୁ ଅଣ ମୌସୁମୀ ସମୟରେ ମହାନଦୀରେ ପାଣି ଛାଡ଼ିବା କଥା । କିନ୍ତୁ କଲମା ବ୍ୟାରେଜରୁ ବହୁ ଶିଳ୍ପ ସଂସ୍ଥାକୁ ପାଣି ଯୋଗାଉଥିବାରୁ ଏବେ ବ୍ୟାରେଜକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି ।   ଫଳରେ ଓଡ଼ିଶାର ହଜାର ହଜାର ନିରୀହ ଚାଷୀ, ମତ୍ସ୍ୟଜୀବୀ ତଥା ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ  ରାଜ୍ୟ ସରକାର ଅଣ ମୌସୁମୀ ସମୟରେ ଛତିଶଗଡ଼ କିପରି ମହାନଦୀର ସମସ୍ତ ଜଳକୁ ବ୍ୟାରେଜରେ ନ ଅଟକାଇ ଆବଶ୍ୟକ ମୁତାବକ ଜଳ ଓଡ଼ିଶା ପାଇଁ ଛାଡିବ ସେ ଦିଗରେ ପଦକ୍ଷେପ ଗ୍ରଣ କରନ୍ତୁ ବୋଲି ଉପାନ୍ତ ଅଞ୍ଚଳବାସୀ ଦାବି କରିଛନ୍ତି ।
        ଅନ୍ୟପଟେ ଛତିଶଗଡ଼ରୁ  ଓଡ଼ିଶାକୁ ଯାଉଥିବା ବୁନ୍ଦା ବୁନ୍ଦା ପାଣିର ହିସାବ ରଖିବାକୁ ଛତିଶଡ଼ ସରକାର ତାଙ୍କ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୌସୁମୀ ସମୟରେ ମହାନଦୀ ସମେତ କେଲୋ ଓ ଇବ୍ ନଦୀରେ କେତେ ପାଣି ପ୍ରବାହିତ ହେଉଛି ତା’ର ହିସାବ  ଛତିଶଗଡ଼ ସରକାର ରଖିବାରେ କିଛି ଆପତ୍ତି ନାହିଁ । କିନ୍ତୁ ଅଣ ମୌସୁମୀ ସମୟରେ ମହାନଦୀ, ଇବ୍ ଓ କେଲୋ ନଦୀ ଉପରେ ଛତିଶଗଡ଼ ସରକାର ବ୍ୟାରେଜ ଓ ଡ୍ୟାମ ନିର୍ମାଣକରି ସମସ୍ତ ଗେଟ ଗୁଡ଼ିକ ବନ୍ଦ କରିଦେବା ଅନ୍ୟାୟ ବୋଲି ଉପାନ୍ତ ଅଞ୍ଚଳବାସୀ କହିଛନ୍ତି । ଛତିଶଗଡ଼ର ଏହି ଷଡଯନ୍ତ୍ର ଫଳରେ ଏବେ ଓଡ଼ିଶାକୁ ଟୋପାଏ ମଧ୍ୟ ପାଣି ଆସୁନାହିଁ । ଫଳରେ ଇତିହାସରେ ପ୍ରଥମଥର ପାଇଁ ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ମହାନଦୀର ମୁଖ୍ୟସ୍ରୋତ ଏବେ ଶୁଖିବାରେ ଲାଗିଲାଣି । ତେଣୁ ଓଡ଼ିଶାରେ ମହାନଦୀ ସମ୍ପୂର୍ଣ୍ଣ ଭାବରେ ଶୁଖିବା ପୂର୍ବରୁ ହଜାର ହଜାର ଓଡିଶାବାସୀଙ୍କ ଜିବୀକା ବଞ୍ଚାଇବା ପାଇଁ ଓଡିଶା ସରକାର କଲମା ବ୍ୟାରେଜରୁ ଆବଶ୍ୟକ ମୁତାବକ ଗେଟ୍ ଖୋଲା କରାଇବା ପାଇଁ ବ୍ୟବସ୍ଥା କରନ୍ତୁ । ଏହାସହ ଅଣ ମୌସୁମୀ ସମୟରେ ମହନଦୀର ଇନ୍‌ଫ୍ଲୋ ଡ଼ାଟା ଛତିଶଗଡ଼ ସରକାର ଓଡ଼ିଶା ସରକାରକୁ ଜଣାଇବା ସହିତ ସାର୍ବଜନୀନ କରୁ ।  ଓଡ଼ିଶା ସରକାର ମଧ୍ୟ ମହାନଦୀ ସମେତ କେଲୋ ଓ ଇବରେ ନୂତନ ଭାବରେ ଗଜ ଷ୍ଟେସନ ନିର୍ମାଣ କରି ଛତିଶଗଡ଼ରୁ  ଅଣ ମୌସୁମୀ ଓ ମୌସୁମୀ ସମୟରେ କେତେ ପାଣି ଆସୁଛି ତା’ର ହିସାବ ରଖୁବୋଲି ସାଧାରଣରେ ଦାବିହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking