27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୮ ଶିଶୁଙ୍କୁ ହୃଦରୋଗ ଚିକିତ୍ସା ପାଇଁ ସତ୍ୟସାଇ ହାର୍ଟ ହସ୍‌ପିଟାଲ ପଠାଇଲା ପ୍ରଶାସନ

୮ ଶିଶୁଙ୍କୁ ହୃଦରୋଗ ଚିକିତ୍ସା ପାଇଁ ସତ୍ୟସାଇ ହାର୍ଟ ହସ୍‌ପିଟାଲ ପଠାଇଲା ପ୍ରଶାସନ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ୮ ଜଣ ଶିଶୁଙ୍କ ହୃଦ୍‌ରୋଗ ଚିହ୍ନଟ ପରେ ସେମାନଙ୍କ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ଅହମ୍ମଦାବାଦ ସ୍ଥିତ ସତ୍ୟସାଇ ହାର୍ଟ ହସ୍‌ପିଟାଲକୁ ପଠାଯାଇଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ୮ ଜଣ ଶିଶୁଙ୍କୁ ଅହମ୍ମଦାବାଦ ଅଭିମୁଖେ ପଠାଯାଇଛି ।
ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଜନ୍ମଠାରୁ ୧୮ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ମୋବାଇଲ ହେଲ୍‌ଥ୍ ଟିମ୍ ଜରିଆରେ ବିଭିନ୍ନ ସ୍ଥାନରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ୧୩ ଜଣ ଶିଶୁଙ୍କ ସ୍କ୍ରିନିଂ କରାଯାଇ ସେମାନଙ୍କ ପରୀକ୍ଷା ପାଇଁ ବୁର୍ଲା ପଠାଯାଇଥିଲା । ସେଠାରେ ଉକ୍ତ ଶିଶୁମାନଙ୍କ ହୃଦ୍‌ରୋଗ ସମସ୍ୟା ଥିବା ଜଣାପଡ଼ିବା ପରେ ପ୍ରଥମ ପର୍ଯ୍ୟାୟରେ ୮ ଜଣ ଶିଶୁଙ୍କୁ ଚିକିତ୍ସା ପାଇଁ ଅହମ୍ମଦାବାଦ ସତ୍ୟସାଇ ହାର୍ଟ ହସ୍‌ପିଟାଲ୍‌କୁ ପଠାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଶିଶୁମାନଙ୍କୁ ମଧ୍ୟ ଚିକିତ୍ସା ସେବା ଯୋଗାଇଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଶାସନ ପକ୍ଷରୁ ରୋଗୀ ଓ ତାଙ୍କ ସହିତ ଜଣେ ସହାୟକଙ୍କ ପାଇଁ ଯିବାଆସିବା ଗାଡ଼ିଭଡ଼ା ଯୋଗାଇ ଦିଆଯାଇଛି । ଚିକିତ୍ସା ପାଇଁ ବୌଦ୍ଧ ବ୍ଲକ ପଉକା ଗ୍ରାମର ରୋହିତ ନାୟକ(୩), ଦହ୍ୟା ଗ୍ରାମର ସୁବ୍ରତ ବେହେରା( ୧୬), ସୁନାବନ ବେହେରା (୧୮), ମଙ୍ଗଳମୁଣ୍ଡା ଗ୍ରାମର ବବୁଲ ସେଠୀ(୧୪), ମେଣ୍ଢିମାଳ ଗ୍ରାମର ମମତା ଝାଙ୍କର(୧), ଲକ୍ଷ୍ମୀପ୍ରସାଦ ଗ୍ରାମର ସ୍ୱିଟି କର୍ଣ୍ଣ(୧୧), ରିଷବନ୍ଧ ଗ୍ରାମର ଆୟୁଷ୍ମାନ କହଁର(୬ ମାସ) ଓ ହରଭଙ୍ଗା ବ୍ଲକ ଖଳିସାହି ଗ୍ରାମର ଗୋଲାପି କହଁର(୩)ଙ୍କୁ ପଠାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ବୌଦ୍ଧ ବ୍ଲକ ବିଡିଓ ଦେବୀ ପ୍ରସାଦ ଦାଶ, ଡିପିଏମ୍ ରୂପକ ମହାପାତ୍ର, ରୋଗୀ କଲ୍ୟାଣ ସମିତି ସଦସ୍ୟ ତାରିଣୀ ମହାପାତ୍ର, ଡାମ୍ ମନୋରଞ୍ଜନ ସାହୁ, ଆଶା ମ୍ୟାନେଜର ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଚିକିତ୍ସା ପାଇଁ ଯାଉଥିବା ଶିଶୁମାନଙ୍କୁ ବିଦାୟ ଦେବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking