24.1 C
Bhubaneswar
Thursday, May 9, 2024
Homeକରୋନାମହାଭାରତ ସିରିଏଲରେ ‘ଇନ୍ଦ୍ର’ଙ୍କ ଚରିତ୍ର କରିଥିବା ଅଭିନେତା ସତୀଶ କୌଲଙ୍କ କରୋନାରେ ମୃତ୍ୟୁ

ମହାଭାରତ ସିରିଏଲରେ ‘ଇନ୍ଦ୍ର’ଙ୍କ ଚରିତ୍ର କରିଥିବା ଅଭିନେତା ସତୀଶ କୌଲଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ବି ଆର ଚୋପ୍ରାଙ୍କ ଲୋକପ୍ରିୟ ଟିଭି ସୋ ମହାଭାରତ ରେ ‘ଇନ୍ଦ୍ର’ ଭଗବାନଙ୍କ ଚରିତ୍ର କରିଥିବା ହିନ୍ଦୀ-ପଂଜାବୀ ଫିଲ୍ମର ପ୍ରସିଦ୍ଧ ଅଭିନେତା ସତୀଶ କୌଲଙ୍କ କରୋନା ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଛି । ଗୋଟିଏ ସପ୍ତାହ ପୂର୍ବରୁ ସେ କରୋନା ପଜିଟିଭ ହୋଇଥିଲେ । ପରେ ଲୁଧିଆନା ର ଶ୍ରୀ ରାମ ଚାରିଟେବୁଲ ଟ୍ରଷ୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଗତ କିଛି ବର୍ଷ ଧରି ସତୀଶ କୌଲଙ୍କ ଦେଖାଶୁଣା କରି ଆସୁଥିବା ତାଙ୍କ କେୟାରଟେକର ସତ୍ୟା ଦେବୀ ଲୁଧିଆନାରୁ ଫୋନରେ ଏନେଇ ଖବର ଦେଇଥିଲେ ଏବଂ କହିଥିଲେ ଲୁଧିଆନାରେ ରବିବାର ତାଙ୍କର ଅନ୍ତିମ ସତ୍କାର କରାଯିବ । ସତୀଶ ପ୍ରାୟ ୩୦୦ ହିନ୍ଦୀ ଓ ପଂଜାବୀ ଫିଲ୍ମରେ କାମ କରିଥିଲେ । ଲୋକପ୍ରିୟ ସିରିଏଲ ‘ମହାଭାରତ’ ସର୍କସ ଓ ବିକ୍ରମ ବେତାଳ ରେ ବି ଭିନ୍ନ ଭିନ୍ନ ଚରିତ୍ରରେ ବି ନଜର ଆସିଥିଲେ ।

ସତୀଶ କୌଲ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ଓ ଆର୍ଥିକ ପରିସ୍ଥିତି ଭଲ ନଥିଲା । ଲୁଧିଆନାର ଏକ ଛୋଟ ଘରେ ରହୁଥିବା ସତୀଶଙ୍କୁ ଗତବର୍ଷ ଲକ ଡାଉନ ମଧ୍ୟରେ ପ୍ରତିମାସରେ ଘର ଭଡା ଓ ନିଜ ମେଡିସିନ ଖର୍ଚ୍ଚ ତୁଲାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking