30.1 C
Bhubaneswar
Friday, April 26, 2024
Homeଦୋଳ ପୂର୍ଣ୍ଣିମା/ହୋଲି ଉତ୍ସବ-୨୦୨୩ ମହଣ ମହଣ ସୁନାରେ ସଜେଇ ହେବେ ମହାବାହୁ,ଏହି ଦୁଲ୍ଲଭ ବେଶ ଦର୍ଶନ କଲେ ମିଳେ କୋଟି...

 ମହଣ ମହଣ ସୁନାରେ ସଜେଇ ହେବେ ମହାବାହୁ,ଏହି ଦୁଲ୍ଲଭ ବେଶ ଦର୍ଶନ କଲେ ମିଳେ କୋଟି ପୂର୍ଣ୍ଣ 

ଭୁବନେଶ୍ୱର: ମାର୍ଚ୍ଚ ୮ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦୋଳଯାତ୍ରା ନୀତି ଅନୁଷ୍ଟିତ ହେବ । ମହାପ୍ରଭୁ ମହଣ ମହଣ ସୂର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ରତ୍ନବେଦୀରେ ରାଜାଧିରାଜ ଅର୍ଥାତ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏହାପୂବରେୁ ମହାପ୍ରଭୁଙ୍କର ବନକଲାଗୀ ନୀତି ଅନୁଷ୍ଠିତ ହେବାର ବିଧି ରହିଛି ।ଯାହାକୁ ନେଇ ଫାଲଗୁନ ମାସ ଶୁକ୍ଳ ତୃତୀୟା ତିଥି ଦିନ ଲହି ନୀତି ସମ୍ପର୍ଣ୍ଣ ହେବ । ଦ୍ୱୀତୀୟ ଭୋଗମଣ୍ଡପ ଶେଷ ହେବାପରେ ଦତ୍ତମହାପାତ୍ର ସେବକ ମାନେ ଗର୍ଭଗୃହକୁ ପ୍ରବେଶ କରି ପ୍ରାୟେ ୪ଘଣ୍ଡା ଧରି ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର କରିବେ । ହିଙ୍ଗୁଳ,ହରିତାଳ,ଶଂଙ୍ଖ. କସ୍ତୁରୀ ଆଦି ପାରମ୍ପାରିକ ସାମଗ୍ରୀରେ ପ୍ରସ୍ତୃତ ନାଲି,ଓଳା,କଳା, ଆଦି ବିଭିନ୍ନ ପ୍ରକାର ରଙ୍ଗରେ ମହାପ୍ରଭୁଙ୍କ ନୀତି ସମ୍ପର୍ଣ୍ଣ ହୋଇଥାଏ । ବନକଲାଗି ନୀତି ଏକ ଗୁପ୍ତ ନିତୀ ହୋଇଥିବାରୁ ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରିବା ମାତ୍ରେ ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। ଏହି ଅନନ୍ୟ ନିତି ସରିବା ପରେ ମହାପ୍ରଭୁଙ୍କର ମହାସ୍ନାନ ହୋଇ ଦର୍ଶନ ଆରମ୍ଭ ହେବାର ବିଧି ରହିଛି। ବନକଲାଗି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଉଜ୍ଜ୍ୱଳମୟ ହୋଇଉଠେ। ମହାପ୍ରଭୁଙ୍କ ଚକାଡୋଳା ଚମକି ଉଠିଥାଏ। ଆଉ ମହାପ୍ରଭୁ ଏହି ଚକାଆଖିରେ ଭକ୍ତଜନଙ୍କୁ ଆକର୍ଷିତ କରିଥାନ୍ତି। ଏଥିସହିତ ଏହି ସାମଗ୍ରୀ ଲେପନରେ ମହାପ୍ରଭୁଙ୍କ ଶ୍ରୀମୁଖ ସୁରକ୍ଷିତ ରହିଥାଏ ବୋଲି ଗବେଷକ ମାନେ କହିଥାନ୍ତି। ସେପଟେ ବନକଲାଗି ନୀତି ଏକ ଗୁପ୍ତନିତି ହୋଇଥିବାରୁ ଆସନ୍ତାକାଲି ଅପରାହ୍ନ ୬ଟାରୁ ରାତି ୧୦ଟା ପର‌୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ମହାପ୍ରଭୁଙ୍କର ଦୋଳପୂର୍ଣ୍ଣିମାର ବିଶେଷତ୍ୱ ହେଉଛି ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ଭକ୍ତଙ୍କ ସହ ଫଗୁ ଖେଳନ୍ତି ।। ଗୋଟିଏ ପଟେ ମହାପ୍ରଭୁ ସୁନାବେଶ ଦର୍ଶନ ଥିବା ବେଳେ ଅନ୍ୟପଟେ ସକାଳ ଧୁପ ସରିବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୁଦେବୀଙ୍କ ସହ ଦୋଳବେଦୀକୁ ବିଜେ କରିଥାନ୍ତି । ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପକମ୍ପିତ ହେଉଥାଏ ସମଗ୍ର ପରିବେଶ । ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ରହିଛି ପରମ୍ପରା । ଏହିଦିନ, ଭକ୍ତ ଆଉ ଭଗବାନ ଏକାକାର ହୁଅନ୍ତି। ମହାପ୍ରଭୁଙ୍କ ସହ ଫଗୁ ଓ ଅବିର ଖେଳନ୍ତି ଭକ୍ତ । ଉଭୟ ଭକ୍ତ ଆଉ ଭଗବାନ ଫଗୁର ରଙ୍ଗରେ ଏକାକାର ଦିଶୁଥାନ୍ତି । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୁଦେବୀ ଭୋଗ ପାଇ ଦୋଳବେଦୀକୁ ବିଜେ କରିବା ସମୟରେ ଏଭଳି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ । ପାଲିଙ୍କିରେ ଝୁଲିଝୁଲି ୨୧ ଘେରା ପରିକ୍ରମା କରି ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି ମହାପ୍ରଭୁ ଦୋଳଗୋବିନ୍ଦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking