26.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶମଧ୍ୟପ୍ରଦେଶ ଭିକାରୀଙ୍କ ପତ୍ନୀ ପ୍ରେମ: ୯୦ ହଜାର ଟଙ୍କାର ମୋପେଡ୍ ଉପହାର

ମଧ୍ୟପ୍ରଦେଶ ଭିକାରୀଙ୍କ ପତ୍ନୀ ପ୍ରେମ: ୯୦ ହଜାର ଟଙ୍କାର ମୋପେଡ୍ ଉପହାର

ଭୋପାଳ: ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାର ଜଣେ ଭିକାରୀ ନିଜ ପତ୍ନୀଙ୍କ ପାଇଁ ୯୦ ହଜାର ଟଙ୍କା ମୂଲ୍ୟର ମୋପେଡ୍ ଉପହାର ଦେଇଥିବା ଜଣାପଡିଛି । ଏଥିପାଇଁ ବିଗତ ୪ ବର୍ଷ ହେଲା ଟଙ୍କା ସଞ୍ଚୟ କରିଥିବା ଭିକାରୀ ଜଣକ ଗଣମାଧ୍ୟମକୁ କହିଛନ୍ତି । ସନ୍ତୋଷ ସାହୁ ନାମକ ଏହି ଭିକାରୀ ପକ୍ଷାଘାତ ରୋଗୀ ହୋଇଥିବାରୁ ଚଳପ୍ରଚଳ କରିପାରୁନଥିଲେ । ସରକାରଙ୍କ ପକ୍ଷରୁ ତାଙ୍କୁ ତିନିଚକିଆ ସାଇକେଲ ଯୋଗାଇ ଦିଆଯାଇଥିଲା । ସନ୍ତୋଷଙ୍କୁ ବସାଇ ପତ୍ନୀ ଏହି ତିନିଚକିଆ ସାଇକେଲକୁ ଠେଲି ଠେଲି ନେଉଥିଲେ । ତେବେ ଖରାପ ରାସ୍ତାରେ ଏହା ଠିକ୍‌ଭାବେ ଗଡୁନଥିବାରୁ ଦମ୍ପତିଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡୁଥିଲା । ଦିନ ସାରା ତିନିଚକିଆ ସାଇକେଲ ଠେଲୁଥିବାରୁ ପତ୍ନୀ ମଧ୍ୟ ଅସୁସ୍ଥ ହୋଇପଡୁଥିଲେ । ତେଣୁ ଟଙ୍କା ସଞ୍ଚୟ କରି ମୋପେଡ୍ କିଣିବାକୁ ସନ୍ତୋଷ ମନସ୍ଥ କରିଥିଲେ । ଶେଷରେ ସେମାନଙ୍କର ଏହି ଇଚ୍ଛା ପୂରଣ ହୋଇପାରିଛି । ବର୍ତ୍ତମାନ ସେମାନେ ନୂଆ ମୋପେଡ୍‌ରେ ବସି ଭିକ୍ଷାବୃତ୍ତି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking