30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶପାକ୍ ଦିନିକିଆ ଦଳରେ ଶଫିକ୍ ଓ ମାହମୁଦ୍ ନୂଆମୁହଁ

ପାକ୍ ଦିନିକିଆ ଦଳରେ ଶଫିକ୍ ଓ ମାହମୁଦ୍ ନୂଆମୁହଁ

ଲାହୋର୍‌: ଆସନ୍ତା ମାସରେ ପାକିସ୍ତାନ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷରେ ଘରୋଇ ମାଟିରେ ୩ଟି ଦିନିକିଆ ମ୍ୟାଚ୍ ଖେଳିବ । ସୋମବାର ଏହି ସିରିଜ୍ ସକାଶେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ଏକ ୧୬ଜଣିଆ ଦଳ ଘୋଷଣା କରାଯାଇଛି । ଦଳରେ ଦୁଇ ଜଣ ଖେଳାଳିଙ୍କୁ ଡେବ୍ୟୁ କରିବାର ସୁଯୋଗ ଦିଆଯାଇଛି । ସେମାନେ ହେଲେ ଶୀର୍ଷକ୍ରମ୍ ବ୍ୟାଟ୍ସମ୍ୟାନ୍ ଅବଦୁଲ୍ଲା ଶଫିକ୍ ଓ ଲେଗ୍‌ସ୍ପିନର୍ ଜାହିଦ୍ ମାହମୁଦ୍ । ସେହିପରି ଗ୍ରୋଇନ୍ ଇନ୍‌ଜୁରୀରୁ ସୁସ୍ଥ ହେବା ପରେ ସ୍ପିନର୍ ଶାଦାବ୍ ଖାନ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଓ ତାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଗତ ମାର୍ଚ୍ଚ-ଏପ୍ରିଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ସ୍ଥାନ ପାଇଥିବା ଆସିଫ୍ ଆଫ୍ରିଦି, ଆସିଫ୍ ଅଲୀ, ହାଇଦର୍ ଅଲୀ, ସାଉଦ୍ ଶକୀଲ୍ ଓ ଉସମାନ୍ କାଦିର୍‌ଙ୍କୁ ଦଳରୁ ବାଦ୍ ଦିଆଯାଇଛି । ସିରିଜ୍ ସକାଶେ ସମସ୍ତ ଖେଳାଳି ଆସନ୍ତା ଜୁନ୍ ୧ରେ ରାୱଲପିଣ୍ଡିଠାରେ ସମ୍ମିଳିତ ହେବେ । ବର୍ତ୍ତମାନ କାଉଣ୍ଟି ଖେଳୁଥିବା ହସନ୍ ଅଲୀ ଓ ମହମ୍ମଦ ରିଜୱାନ୍ ସେଠାରେ ଅନ୍ୟ ଖେଳାଳିମାନଙ୍କ ସହ ଯୋଗଦେବେ ବୋଲି ପିସିବି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking