32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଦ୍ୱିତୀୟ ଟେଷ୍ଟରେ ମୁଶଫିକର୍ ଓ ଲିଟ୍ଟନ୍‌ଙ୍କ ଶତକ

ଦ୍ୱିତୀୟ ଟେଷ୍ଟରେ ମୁଶଫିକର୍ ଓ ଲିଟ୍ଟନ୍‌ଙ୍କ ଶତକ

ଢାକା : ଚଳିତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଦିନରେ ଘରୋଇ ବାଂଲାଦେଶ ଟିମ୍‌ର ଦୁଇ ଜଣ ବ୍ୟାଟ୍ସମ୍ୟାନ୍ ମୁଶଫିକର୍ ରହିମ୍ ଓ ଲିଟ୍ଟନ୍ ଦାସ ଶତକ ହାସଲ କରିଛନ୍ତି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ ହେଁ ବାଂଲାଦେଶର ଦୁଇ ଓପନର ମହମ୍ମଦୁଲ୍ ହସନ୍ ଜୟ ଓ ତାମିମ୍ ଇକ୍‌ବାଲ୍ ଖାତା ବି ଖୋଲିପାରି ନ ଥିଲେ । ଏହାଛନା ନଜମୁଲ୍ ହୋସେନ୍ ଶାଣ୍ଟୋ, ଅଧିନାୟକ ମୋମିନୁଲ୍ ହକ୍ ଯଥାକ୍ରମେ ୮ ଓ ୯ ରନ୍ କରିଥିଲେ ।

ଦଳୀୟ ସ୍କୋର୍ ୨୪ରେ ପହଞ୍ଚିବା ବେଳକୁ ଭେଟେରାନ୍ ଅଲ୍‌ରାଉଣ୍ଡର୍ ସାକିବ୍‌-ଅଲ୍‌-ହସନ୍ ବି ମାତ୍ର ଗୋଟିଏ ବଲ୍ ଖେଳି ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଯାଇଥିଲେ । ଶ୍ରୀଲଙ୍କା ବୋଲରଙ୍କ ଘାତକ ବୋଲିଂ କାରଣରୁ ବାଂଲାଦେଶ ୨୪ ରନ୍‌ରେ ୫ ଜଣ ଶୀର୍ଷଭାଗ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇଥିଲା । କିନ୍ତୁ ଏହି ସମୟରେ ନିଜ ନିଜ ଅଭିଜ୍ଞତାର ଉପଯୋଗ କରି ମୁଶଫିକର୍ ଓ ଲିଟ୍ଟନ୍ ଷଷ୍ଠ ୱିକେଟ୍‌ରେ ଅବିଭାଜିତ ବୃହତ୍ ୨୫୩ ରନ୍‌ର ଭାଗୀଦାରୀ କରିଥିଲେ । ମୁଶଫିକର୍ ୨୫୨ଟି ବଲ୍ ଖେଳି ୧୩ଟି ଚୌକା ମାଧ୍ୟମରେ ୧୧୫ ଏବଂ ଲିଟ୍ଟନ୍ ୨୨୧ଟି ବଲ୍ ଖେଳି ୧୬ଟି ଚୌକା ଓ ଗୋଟିଏ ଛକା ସହ ୧୩୫ ରନ୍ କରି ଅପରାଜିତ ଅଛନ୍ତି । ଶ୍ରୀଲଙ୍କା ପକ୍ଷରୁ କାସୁନ୍ ରଜିତା ୩ଟି ଓ ଅସିତା ଫର୍ଣ୍ଣାଣ୍ଡୋ ୨ଟି ୱିକେଟ୍ ନେଇଛନ୍ତି । ସୂଚନାଯୋଗ୍ୟ ଯେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ଟି ବିନା ଫଳାଫଳରେ ଶେଷ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking