39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ପରଲୋକ

ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ପରଲୋକ

ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କର ପରଲୋକ ହୋଇଯାଇଛି । ଅସୁସ୍ଥତା ହେତୁ ଗତମାସରୁ ତାଙ୍କୁ ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତି ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏ ନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି । ମୃତ୍ୟୁବେଳକୁ ଲାଲଜୀ ଟଣ୍ଡନଙ୍କୁ ୮୫ବର୍ଷ ହୋଇଥିଲା ।
ତାଙ୍କୁ ଜ୍ୱର ହୋଇଥିଲା । ନିଶ୍ୱାସ ନେବାରେ କଷ୍ଟ ହେବାରୁ ଗତ ୧୧ତାରିଖରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ହେଲେ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ୧୪ ତାରିଖରେ ତାଙ୍‌କ ଲିଭରରେ ଏକ ଅପେରସନ୍ କରାଯାଇଥିଲା । ସେହିଦିନ ଠାରୁ ସେ ହସ୍ପିଟାଲ୍‌ରେ ଥିଲେ ।
୧୯୬୦ ମସିହାରୁ ଲାଲଜୀ ଟଣ୍ଡନଙ୍କ ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା । ସେ ଉତ୍ତରପ୍ରଦେଶ ବିଧାନସଭାକୁ ୩ଥର ନିର୍ବାଚିତ ହୋଇଥିଲେ । କଲ୍ୟାଣ ସିଂହ ମୁଖ୍ୟମନ୍ତ୍ରୀ ଥିବାବେଳ ସେ ମନ୍ତ୍ରୀ ହୋଇଥିଲେ । ସେ ଉତ୍ତରପ୍ରଦେଶ ବିଧାନ ପରିଷଦକୁ ମଧ୍ୟ ନଦିର୍ବାଚିତ ହୋଇଥିଲେ । ସେ ବିଧାନସଭାରେ ବିରୋଧୀ ଦଳ ନେତା ମଧ୍ୟ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking