31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ଘଟିଛି । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ୬୭ବର୍ଷ ବୟସରେ ପ୍ରିୟବ୍ରତଙ୍କ ପରଲୋକ ଘଟିଛି ବୋଲି ସୂଚନା ମିଳିଛି । ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ଚିକତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି । କିଛିଦିନ ଧରି ସେ ଅସୁସ୍ଥ ଥିଲେ । ପ୍ରିୟବ୍ରତ ପଟ୍ଟନାୟଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କର ସମ୍ପର୍କୀୟ ଭାଇ ସିଦ୍ଧାର୍ଥ ମହାନ୍ତି ସୂଚନା ଦେଇଛନ୍ତି । ୧୯୭୬ବ୍ୟାଚ୍‌ର ଆଇଏସ୍ ଅଫିସର ତାଙ୍କର କ୍ୟାରିୟର ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦକ୍ଷତାର ସହିତ ସମ୍ଭାଳିଥିଲେ । ଓଡ଼ିଶା ଜୁଡୋ ଆଶୋସେସନର ସେ ସଭାପତି ମଧ୍ୟ ରହିଥିଲେ । ମରଶରୀରରକୁ ଓଡ଼ିଶା ଆଣିବାକୁ ପ୍ରୟାସ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking