29.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗମାଁ ଭଗବତୀଙ୍କ ଠାରୁ ଆଜ୍ଞାମାଳ

ମାଁ ଭଗବତୀଙ୍କ ଠାରୁ ଆଜ୍ଞାମାଳ

ଜୟପୁର :ସର୍ବ ମାଙ୍ଗଲ୍ୟ ମାଙ୍ଗଲ୍ଯେ ସୀବେ ଶରଭାର୍ଥ ସାଧିକେ ସରଣେ ତ୍ରମ୍ବକେ ଗୌରୀ ନାରାୟଣୀ ନମଃ ସ୍ତୁତେ l ଆଜି ଠାରୁ ଚଳ ଚଞ୍ଚଳ ହେଇ ଉଠିବା କଥା ଜୟପୁରର ସମସ୍ତ ଦେବୀ ପୀଠ । ମାଁଙ୍କ ଷୋଡଶ ପୂଜା ସହ ଭଗବତୀଙ୍କ ମନ୍ଦିରରୁ ଆଜ୍ଞାମାଳ ଯାଇ ନିମନ୍ତ୍ରୀତ ହେଇ ଆସିବେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀଙ୍କ ଲାଠି । ଏଭଳି ପରଂପରା ଅନୁଯାୟୀ ମୁଳାଷ୍ଠମୀରୁ ଦଶହରା ପାଇଁ ଉତ୍ସବ ମୁଖର ହେଇ ଉଠିବା କଥା ଜୟପୁର ସହର l ହେଲେ ଜନ ଶୁନ୍ୟ ରେ ଆସୁଛନ୍ତି ମାଁ ଦଶଭୁଜା । କୋରନା କୋଟକୋଣାରେ ହେଉଛି ଆଜିଠାରୁ ୪୫ ଦିନିଆ ପୂଜା l
ଦଶହରା ଉପଲକ୍ଷେ ରାଜରାଜୁଡା ଅମଳରୁ ମାଁ ଭଗବତୀଙ୍କ ପୀଠରେ ମୁଳାଷ୍ଠମୀରୁ ଷୋଡଶ ଉପଚାରରେ ପୂଜା କରାଯାଏ । ସଂନ୍ଧ୍ୟା ଆଳତୀ ପରେ ମାଁଙ୍କ ଆଜ୍ଞା ମାଳ ପାଇଁ କରାଯାଏ ସ୍ବତନ୍ତ୍ର ପୁଜା । ଯାହାକୁ ଦେଖିବାକୁ ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ ପ୍ରୋତେକୋ ବର୍ଷ କିନ୍ତୁ ଏ ବର୍ଷ ଖାଁ ଖାଁ । ଏହି ସମୟରେ ଦୀପ ଜାଳି ମନସ୍କାମନା ପୁରଣ ପାଇଁ ମାଁଙ୍କ ନିକଟରେ ଭକ୍ତ ମାନେ ଦୀପ ଲାଗି କରଥାନ୍ତି । ମନ୍ଦିରର ସାଜ ସଜା ସହ ଆଜି ଠାରୁ ଦଶହରା ପାଳନ କରିବାକୁ ଭକ୍ତ ଏଠାକୁ ଆସିଥାନ୍ତି । ତେବେ ଆଜି ଠାରୁ ଦୈନନ୍ଦିନ ମାଁଙ୍କ ପୀଠରେ ସକାଳୁ ରାତ୍ରୀ ଯାଏ ମଙ୍ଗଳ ଆରତୀ , ଉପଚାର , ଚଣ୍ଡିପାଠ ସହ ହୋମ ଯଜ୍ଞ ଦଶହରା ଯାଏ ଚାଲିବ ବୋଲି କହିଛନ୍ତି ପୂଜକ ।

ମୂଳାଷ୍ଟମୀରୁ ଆଜ୍ଞା ମାଳ ମିଳିବା ପରେ ସହରର ଦେବା ଦେବୀଙ୍କ ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ପୀଠକୁ ନିମନ୍ତ୍ରଣ ପଠାଯାଇଥାଏ । ମାଁ ଭଗବତୀଙ୍କ ନିମନ୍ତ୍ରଣ ପାଇ ଜୟପୁରରେ ଲାଠି ଧାରୀ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଏ । ଜିଲ୍ଲା ବାହାରୁ ଆସୁଥିବା ଲାଠି ମାନଙ୍କୁ ସ୍ବତନ୍ତ୍ର ଭାବେ ବାଜା ବାଜଣା ସହ ମନ୍ଦିରକୁ ପାଛୋଟି ନିଆଯାଇଥାଏ । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଥାଏ । ରାଜରାଜୁଡା ଅମଳରୁ ଆଜ୍ଞା ମାଳ ପ୍ରଥା ରହିଛି ଏବଂ ସେହି ଅନୁଯାୟୀ ମାଁଙ୍କ ଆଦେଶ ପରେ ଏ ବର୍ଷ ୪୫ ଦିନ ଯାଏ ଦଶହରା ଉତ୍ସବ ଜୟପୁରରେ ନିରାଡ଼ମ୍ବର ସହ ପାଳିତ ହେବ l ସହରର ମୁଖ୍ୟ ରାସ୍ତାରେ ଆଲୋକ ମାଳାର ସାଜସଜ୍ଜା ସହ ବିଭିନ୍ନ ଦେବୀ ପୀଠରେ ମାଁଙ୍କ ଦର୍ଶନ କରିବାକୁ ଜୟପୁରରେ ଏବେ ଠାରୁ ଲାଗିରହିଥାନ୍ତା  l ଭକ୍ତଙ୍କ ଗହଳି  କରୋନା ପାଇଁ ସବୁ ଫିକା ପଡିଯାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking