30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦମ୍ପତି ଙ୍କୁ ହତ୍ୟା

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦମ୍ପତି ଙ୍କୁ ହତ୍ୟା

କୋରାପୁଟ: କୋରାପୁଟ ଜିଲ୍ଲା ର ଦଶମନ୍ତପୁର ବ୍ଲକ ସଦର ପୋଲିସ ଥାନା ଅନ୍ତର୍ଗତ ଲୁଲା ପଞ୍ଚାୟତ ଅଧିନରେ ଥିବା ଘାଣ୍ଟ୍ରା ଗୁଡ଼ା ଗାଁ ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏକ ଦମ୍ପତି କୁ ସଙ୍ଗଵଧ ଭାବେ କରିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଦମ୍ପତି ଦ୍ୱୟ ହେଲେ , ଲୋଛ ମୁଦୁଲି (୫୦) ଏବଂ ଚିଙ୍ଗି ମୁଦୁଲି (୪୫) ହତ୍ୟା ଘଟଣା ଜାଣିବା ପରେ ଦଶମନ୍ତପୁର ଥାନା ଅଧିକାରୀ ଶ୍ରୀ କ୍ଷୀରେଶ୍ଵର ସାହୁ ଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଅନ୍ୟ ପଟେ ଦମ୍ପତି ଙ୍କ ହତ୍ୟା ଘଟଣା ପରେ ଗାଁ ରେ ପୁରୁଷ ଶୂନ୍ୟ ହୋଇଯାଇଛି। ଏନେଇ ପୋଲିସ ଘଟଣାର ଛାନ ବିନ ତଦନ୍ତ ଆରମ୍ଭ କରୁଛି। ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ। ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କାଣ୍ଡ ଘଟାଇ ଥିବା କୁହାଯାଇଛି। ସୂଚନା ମୁତାବକ ମୃତ ଲୋଛ ମୁଦୁଲି ‌ଗା ର ଜଣେ ଯୁବକ କୁ ଗତ କିଛି ବର୍ଷ ପୂର୍ବେ କୈାଣସି କାରଣରୁ ହତ୍ୟା କରି ଜେଲ୍ ଯାଇ ଫେରି ଥିଲା। ହେଲେ ସେହି ଘଟଣା କୁ ନେଇ ଆଜି ଓପରାହ୍ନ ରେ ମୃତ ଦମ୍ପତି ଓ ହତ୍ୟା କାରି ଅଭିଯୁକ୍ତ ମାନଙ୍କ ମଧ୍ୟରେ ବଚସା ହୋଇଥିଲା। ସେଥିରେ ମୃତ ଲୋଚ ମଦ୍ୟ ପାନ କରି ଥିଲା। ଏବଂ ଉତ୍ୟକ୍ତ ହୋଇ ଗାଁ ର ନୀର ମୁଦୁଲି ଙ୍କ ସ୍ତ୍ରୀ କମଳା ମୁଦୁଲି ଙ୍କୁ ପ୍ରଥମେ ଏକ ପିକାସି ରେ ଆକ୍ରମଣ କରିଥିଲା। ସେଥିରେ ନୀର ର ସ୍ତ୍ରୀ ସମେତ ତୁଳଷା ମୁଦୁଲି ଓ ନବିନ ମୁଦୁଲି ମଧ୍ୟ ଗଣ୍ଡଗୋଳ କୁ ଛଡ଼ାଇ ବା କୁ ଯାଇ ମୃତ ଲୋଛ ର ଆକ୍ରମଣ ର ଶିକାର ହୋଇ ଥିଲେ। ସେଥିରେ ପୁଣି ସଙ୍ଗଵଧ ଭାବେ ପାଲଟା ଆକ୍ରମଣ କରି ଦମ୍ପତି କୁ ୮ ରୁ ୧୦ ଜଣ ବ୍ୟକ୍ତି ଘରୁ ଘୋଷାରି ଆଣି ଘର ଆଗରେ ନିର୍ମମ ଭାବେ ହତ୍ୟା କରି ଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଆହତ ହୋଇଥିବା କମଳା ଙ୍କ ସ୍ବାମୀ ନୀର ମୁଦୁଲି ଜଣ କୁ ଥାନା ରେ ଅଟକ ରଖି ପଚରାଉଚରା କରୁଥିବା କୁହାଯାଇଛି। ଅଧିକ ତଦନ୍ତ କରି। ହତ୍ୟା ଘଟଣାରେ ସାମିଲ୍ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। କିନ୍ତୁ ଆଜି ଜଣେ ହିଁ ଧରାପଡ଼ି ଥିବା କୁହାଯାଇଛି। ସେପଟେ ଗୁରୁତର ଥିବା ୩ ଜଣ ବ୍ୟକ୍ତି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି। ପ୍ରକାଶ ଯୋଗ୍ୟ ଯେ ଏହି ଗାଁ ରେ ଦମ୍ପତି ଙ୍କ ଡବଲ ମର୍ଡର ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking