24.1 C
Bhubaneswar
Thursday, May 9, 2024
Homeଓଡିଶାପ୍ରେମ ନେଲା ଜୀବନ, ଯୁବକଙ୍କୁ ବିଭତ୍ସ ହତ୍ୟା

ପ୍ରେମ ନେଲା ଜୀବନ, ଯୁବକଙ୍କୁ ବିଭତ୍ସ ହତ୍ୟା

ଫୁଲବାଣୀ:  ଚକାପାଦ ଥାନା ସୁବଳୟା ଗ୍ରାମରେ ଜଣେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି । ହେଲେ ଭଉଣୀକୁ ଦୁର୍ବ୍ୟବହାର କରିବାରୁ ହତ୍ୟା କରିଛି ବୋଲି ହତ୍ୟାକାରୀ କହୁଛନ୍ତି । ବ୍ରାହ୍ମଣପାଦରୁ ସୁବଳୟା ୩ରୁ ୪ କି.ମି ଦୂର ହୋଇଥିବାରୁ କେଉଁ ପରିସ୍ଥିତିରେ ଓ କାହିଁକି ଯଶବନ୍ତ ସେଠାକୁ ଯାଇଥିଲେ ଏ ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ହେଲେ ବ୍ରାହ୍ମଣପାଦ ଗ୍ରାମର ଯଶବନ୍ତ ବେହେରା । ହତ୍ୟାକାରୀ ହେଲେ ସୁବଳୟା ଗ୍ରାମର ମକରନ୍ଦ ନାୟକ ।

ସୂଚନା ଅନୁଯାୟୀ, ଯଶବନ୍ତଙ୍କ ଘର ବ୍ରାହ୍ମଣପାଦରେ । ଘର ଭଡାନେଇ ପ୍ରାୟ ୩ ବର୍ଷ ହେବ ସୁବଳୟା ଗ୍ରାମର ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କ ସହ ରହୁଥିଲେ । ସ୍ତ୍ରୀ ଜଣକ ଅଙ୍ଗନବାଡି କର୍ମୀ ଓ ସ୍ୱାମୀ ଜଣେ ଡ୍ରାଇଭର । ସମୟକ୍ରମେ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କ ସହ ଯଶବନ୍ତଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କଥା ପ୍ରଘଟ ହେବାରୁ ଯଶବନ୍ତଙ୍କ ବାପା ସେମାନଙ୍କୁ ଘରୁ ବାହାରିଯିବାକୁ କହିଥିଲେ । ଏହାପରେ କଥା ଥାନାକୁ ଯାଇଥିଲା । ପରେ ଉଭୟପକ୍ଷଙ୍କ ମଧ୍ୟରେ ସମାଧାନ ହୋଇଥିଲା ଏବଂ ଦମ୍ପତି ନିଜ ଘର ସୁବଳୟାକୁ ଚାଲି ଯାଇଥିଲେ । ହେଲେ ଯଶବନ୍ତଙ୍କ ସହ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରେମ ସମ୍ପର୍କ ରହିଥିଲା । ମଙ୍ଗଳବାର ଘରେ ସ୍ୱାମୀ ନ ଥିବାରୁ ସେ ଯଶବନ୍ତଙ୍କୁ ଡାକିଥିଲେ। ଯଶୋବନ୍ତ ଯାଇ ସେଠାରେ ପହଞ୍ଚିଥିଲେ । ଏହା ଦେଖି ଅଙ୍ଗନବାଡି କର୍ମୀଙ୍କ ଦେଡ଼ଶୁର ମକରନ୍ଦ ରାଗି ଯାଇଥିଲେ ।

ଉଭୟଙ୍କ ମଧ୍ୟରେ ଜୋରସୋର ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ମକରନ୍ଦ ଏକ ଟାଙ୍ଗିଆରେ ଯଶବନ୍ତଙ୍କ ପଛ ପଟ ମୁଣ୍ଡକୁ ହାଣି ଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଫୋନରେ ଯଶବନ୍ତଙ୍କ ବାପା ଯୋଗେଶ୍ୱରଙ୍କୁ ହତ୍ୟାକାଣ୍ଡ ସମ୍ପର୍କରେ ଖବର ଦିଆଯାଇଥିଲା । ସେ ସକାଳେ ଯାଇ ପହଞ୍ଚିଲା ବେଳକୁ ପୁଅର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏ ନେଇ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ ସହ ମକରନ୍ଦଙ୍କୁ ଗିରଫ କରିଛି । ଘଟଣା ସମ୍ପର୍କରେ ମକରନ୍ଦ କହିଛନ୍ତି ଯେ ମୋ ଭଉଣୀ ନଳକୂପରୁ ପାଣି ଆଣିବାକୁ ଯାଇଥିଲା । ଯଶବନ୍ତ ତାକୁ ଅଟକାଇବାରୁ ସେ ପାଟି କରି ଡାକିଥିଲା । ମୁଁ ଏକ ଧାରୁଆ ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ହାଣି ଦେଇଥିଲି । ଚକାପାଦ ଥାନାଧିକାରୀ ଅମ୍ବକା ପ୍ରସାଦ ପଟ୍ଟନାୟକଙ୍କୁ ପଚାରିବାରୁ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking