33.1 C
Bhubaneswar
Monday, May 20, 2024
Homeଓଡିଶାହାଇକୋର୍ଟରେ ପ୍ରଦୀପ ପାଣିଗ୍ରାହୀ

ହାଇକୋର୍ଟରେ ପ୍ରଦୀପ ପାଣିଗ୍ରାହୀ

କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଲୋକାୟୁକ୍ତଙ୍କ ବିରୋଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି । ଲୋକାୟୁକ୍ତ ବିଚାରପତି ଅଜିତ୍ ସିଂ ଓ ଲୋକାୟୁକ୍ତ ସଚିବ ମାନସ ତ୍ରିପାଠୀଙ୍କ ବିରୋଧରେ ଶ୍ରୀ ପାଣିଗ୍ରାହୀ ଏହି ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଲୋକାୟୁକ୍ତ ଜାଲ୍ କରିଥିବାରୁ ତାଙ୍କୁ କାର୍ଯ୍ୟାନ୍ତର କରାଯାଉ ବୋଲି ଏହି ମାମଲାରେ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଶ୍ରୀ ପାଣିଗ୍ରାହୀ ଏହି ମାମଲାରେ ଦର୍ଶାଇଛନ୍ତି ଯେ ଲୋକାୟୁକ୍ତ ଜାଲ୍ କପି ବଳରେ ତାଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟ ଯାଇଛନ୍ତି । ଏଣୁ ଜାଲିଆତି କରିଥିବା ଲୋକାୟୁକ୍ତଙ୍କୁ ତୁରନ୍ତ ବିରତି ଦିଆଯିବାକୁ ସେ ପ୍ରାର୍ଥନା କରିଛନ୍ତି।

ଆବେଦନରେ ଶ୍ରୀ ପାଣିଗ୍ରାହୀ ଦର୍ଶାଇଛନ୍ତି, ଦୁର୍ନୀତି ପ୍ରସଙ୍ଗରେ ତାଙ୍କ ବିରୋଧରେ ଲୋକାୟୁକ୍ତ କରିଥିବା ମାମଲାକୁ ସେ ହାଇକୋର୍ଟରେ ବେଆଇନ ଦର୍ଶାଇ ଚାଲେଞ୍ଜ୍ କରିଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣିକରି ଶ୍ରୀ ପାଣିଗ୍ରାହୀଙ୍କ ସପକ୍ଷରେ ରାୟ ଦେଇଥିଲେ । ତେବେ ଶ୍ରୀ ପାଣିଗ୍ରାହୀଙ୍କ ସପକ୍ଷରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବିରୋଧ କରି ଲୋକାୟୁକ୍ତ ସୁପ୍ରିମ୍‌କୋର୍ଟରେ ସ୍ପେଶାଲ୍ ଲିଭ୍ ପିଟିସନ୍ ଦାଖଲ କରିଥିଲେ । ସୁପ୍ରିମ୍‌କୋର୍ଟ ଏହି ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କୁ ନୋଟିସ୍ ଜାରି କରିବା ସହ ହାଇକୋର୍ଟଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଏହି ନୋଟିସ୍ ପାଇବା ପରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶାନାମାକୁ ଲୋକାୟୁକ୍ତ ଜାଲ୍ କରିଛନ୍ତି ବୋଲି ଜାଣିବାକୁ ପାଇଥିଲେ ଶ୍ରୀ ପାଣିଗ୍ରାହୀଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ।

ବୁଧବାର ଏ ସମ୍ପର୍କରେ ଆୟୋଜିତ ଏକ ପ୍ରେସ୍ ବିବୃତିରେ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଲୋକାୟୁକ୍ତ ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ଜାଲିଆତି କରି ସୁପ୍ରିମ୍‌କୋର୍ଟରେ ଦାଖଲ କରିଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ଏହି ମାମଲାରେ ଅଭିଯୋଗ କରାଯାଇଛି। ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ  ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଉପରୋକ୍ତ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଦୁଇ ପୃଷ୍ଠା ସମ୍ବଳିତ ହୋଇଥିବାବେଳେ ଲୋକାୟୁକ୍ତଙ୍କ ଦ୍ୱାରା ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା  ନିର୍ଦ୍ଦେଶନାମା ୬ ପୃଷ୍ଠା ସମ୍ବଳିତ । ଲୋକାୟୁକ୍ତ ଏକ ସ୍ୱାଧୀନ ସଂସ୍ଥା ହୋଇ ମଧ୍ୟ ଏଭଳି ବେଆଇନ କାର୍ଯ୍ୟ କରିଥିବାରୁ ଲୋକାୟୁକ୍ତ ଜଷ୍ଟିସ୍ ଅଜିତ୍ ସିଂ ଓ ସଚିବ ମାନସ ତ୍ରିପାଠୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ ବୋଲି ଏହି ମାମଲାରେ ପ୍ରାର୍ଥନାରେ କରାଯାଇଛି ।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଲୋକାୟୁକ୍ତଙ୍କ ଏପରି ବେଆଇନ କାର୍ଯ୍ୟକଳାପ ସର୍ବୋଚ୍ଚ ଅଦାଲତ ଓ ହାଇକୋର୍ଟଙ୍କ ପ୍ରତି ଅସମ୍ମାନ ଅଟେ ।
ସୂଚନାଥାଉକି ଗୋଳନ୍ଥରା ଥାନାରେ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଠକେଇ ମାମଲାରେ ହାଇକୋର୍ଟ ତାଙ୍କୁ ଗତ ଜୁନ୍ ୧୧ ତାରିଖରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ସେ ଜେଲ୍‌ରୁ ମୁକୁଳିଥିଲେ । ଉକ୍ତ ମାମଲାକୁ ମିଶାଇ ଶ୍ରୀ ପାଣିଗ୍ରାହୀଙ୍କୁ ୬ଟି ମାମଲାରେ ଜାମିନ ମିଳିବା ପରେ ସେ ଜେଲ୍‌ରୁ ବାହାରିଥିଲେ । ଜାଲିଆତି କରିବା, ଆୟ ବହିର୍ଭୂତ ସମ୍ପତ୍ତି ଠୁଳକରିବା, ଅପରାଧିକ ଷଡ଼ଯନ୍ତ୍ର, ଦୁର୍ନୀତି, ସାଇବର୍ ଦୁର୍ନିୀତି  ଅଭିଯୋଗରେ ଶ୍ରୀ ପାଣିଗ୍ରାହୀ ଗତ ୨୦୨୦ ମସିହା ଡିସେମ୍ବର ୩ ତାରିଖରେ ଗିରଫ ହୋଇଥିଲେ। ଶ୍ରୀ ପାଣିଗ୍ରାହୀ ଟାଟା କମ୍ପାନୀକୁ ସୁରକ୍ଷାଦେବା ସହ କମ୍ପାନୀରେ ଲୋକଙ୍କୁ ଚାକିରି ଦେବା ପାଇଁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking