30.1 C
Bhubaneswar
Saturday, May 4, 2024
Homeଓଡିଶାମହିଳା ହୋମଗାର୍ଡ଼ଙ୍କୁ ପ୍ରତାରଣା, ପୁଲିସ୍ କନଷ୍ଟେବଳଙ୍କ ବିରୋଧରେ ମାମଲା

ମହିଳା ହୋମଗାର୍ଡ଼ଙ୍କୁ ପ୍ରତାରଣା, ପୁଲିସ୍ କନଷ୍ଟେବଳଙ୍କ ବିରୋଧରେ ମାମଲା

ଫୁଲବାଣୀ : ବିବାହର ପ୍ରତିଶ୍ରୁତି ଦେଇ ଜଣେ ମହିଳା ହୋମାଗାର୍ଡ଼ଙ୍କୁ  ପ୍ରତାରଣା କରିଥିବା ନେଇ ଫୁଲବାଣୀ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲେ ଲକ୍ଷ୍ମଣ କହଁର ଏବଂ ସେ ଏବେ ଓଡ଼ିଶା ଅମାର୍ଡ଼ ପୁଲିସ୍ ଫୋର୍ସ-୧୧୩ରେ ବାଲିଗୁଡ଼ା ଥାନା ଅଧିକରେ କାର୍ଯ୍ୟରତ ଅଛନ୍ତି ।  ଏତଲା ପ୍ରକାରେ  ପୁଲିସ୍ ଅଭିଯୁକ୍ତ କନେଷ୍ଟବଳଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏତଲା ପରେ ଲକ୍ଷ୍ମଣ ଫେରାର୍ ହୋଇଯାଇଥିବାର ଥାନା ସୂତ୍ରରୁ ପ୍ରକାଶ । ତାଙ୍କର ଘର ଖଜୁରିପଡ଼ା ଥାନା ଅନ୍ତର୍ଗତ ଦଳପଡ଼ା ଗ୍ରାମ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଲକ୍ଷ୍ମଣ ଗତ ୧୦ ବର୍ଷ ହେଲା ଉକ୍ତ ମହିଳା ହୋମଗାର୍ଡ଼ଙ୍କ ସହ ପ୍ରେମ ସଂପର୍କ ସହିତ ଶାରୀରିକ ସଂମ୍ପର୍କ ରଖିଆସିଥିଲେ ।  ଏପରିକି ୪ଥର ଜୋରଜବରଦସ୍ତ ମଧ୍ୟ ଗର୍ଭନଷ୍ଟ କରିଛନ୍ତି । ହୋମାଗାର୍ଡ଼ ଜଣକ ବାରମ୍ବାର ବିବାହ ପାଇଁ କହୁଥିଲେ ମଧ୍ୟ ଲକ୍ଷ୍ମଣ କୌଣସି ପଦକ୍ଷେପ ନେଇନଥିିଲା ଏବଂ  କ୍ରମଶଃ ହୋମଗାର୍ଡ଼ଙ୍କ ଠାରୁ ଦୂରେଇ ରହିଥିଲେ । ଇତିମଧ୍ୟରେ ଲକ୍ଷ୍ମଣଙ୍କ ବିବାହ ଅନ୍ୟତ୍ର ହେଉଥିବା ଜାଣି ହୋମଗାର୍ଡ଼ ଜଣକ ଆତ୍ମହତ୍ୟା ପାଇଁ ପଦକ୍ଷେପ ନେଇଥିଲେ । ତାଙ୍କ ପରିବାର ଖବର ପାଇବା ପରେ ତାଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରୁ ଭଲ ହୋଇ ଆସିବା ପରେ ସେ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପରେ ମାମଲା ରୁଜୁ ହୋଇଛି ଏବଂ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ କହିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking