30.1 C
Bhubaneswar
Wednesday, May 1, 2024
Homeକରୋନାକରୋନାରେ ଶୁଙ୍ଘିବା ଶକ୍ତି ହରାଇଥିଲେ..

କରୋନାରେ ଶୁଙ୍ଘିବା ଶକ୍ତି ହରାଇଥିଲେ..

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେବା ପରେ ଲୋକଙ୍କର ଶୁଙ୍ଘିବା ଶକ୍ତି ଚାଲି ଯାଇଥାଏ। ଶୁଙ୍ଘିବା ଓ ସ୍ୱାଦ ନବାରିବା ହିଁ କରୋନା ଚିହ୍ନଟ ହେବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଯଦି କୌଣସି ବ୍ୟକ୍ତିଙ୍କର ଶୁଙ୍ଘିବା ଶକ୍ତି ଚାଲିଯାଏ, ତାହେଲେ ସେହି ବ୍ୟକ୍ତି କରୋନା ପଜିଟିଭ୍ ହେବାର ସମ୍ଭାବନା ଅଧିକ। ତେବେ କରୋନାର ଅନ୍ୟ ଲକ୍ଷଣ ମଧ୍ୟ ରହିଛି, କିନ୍ତୁ ଶୁଙ୍ଘିବା ଶକ୍ତି ଚାଲିଯିବା ମୁଖ୍ୟ କାରଣ କୁହାଯାଉଛି।

ସୁସ୍ଥ ହେବାର ମାସେ ପରେ ବି ସେମାନେ ଗନ୍ଧ ବାରି ପାରୁନାହାନ୍ତି। ତେବେ ଏଥିରୁ ଦୁଇଟି ରୋଗ ସାମ୍ନାକୁ ଆସିଥାଏ। ଗୋଟିଏ ହେଉଛି ପାରୋସ୍ମିିଆ, ଯେଉଁଥିରେ ଗନ୍ଧ ତ ଆସିବ, କିନ୍ତୁ କ’ଣ ଗନ୍ଧ ହୁଏ ଜଣା ପଡ଼େ ନାହିଁ। ଦ୍ୱିତୀୟଟି ହେଉଛି ଆନୋସ୍ମିିଆ, ଯେଉଁଥିରେ ବ୍ୟକ୍ତିଙ୍କୁ ଆଦୌ ଗନ୍ଧର ଆଭାସ ହୋଇନଥାଏ। କହିବାକୁ ଗଲେ ଗୋଟିଏ ପ୍ରକାରରେ ସେମାନଙ୍କର ଶୁଙ୍ଘିବା ଶକ୍ତି ପୂରା ଚାଲିଯାଇଥାଏ। ଆନୋସ୍ମିଆକୁ ମେଡିକାଲ ଭାଷାରେ ‘ସ୍ମେଲ୍ ବ୍ଲାଇଣ୍ଡେସ’ ମଧ୍ୟ କୁହାଯାଏ।ସାରା ଦୁନିଆରେ ଭିନ୍ନ ଭିନ୍ନ ଅଧ୍ୟୟନରୁ ଜଣା ପଡ଼ିଛି ଯେ ଦୁଇଟି ଯାକ ଲକ୍ଷଣ କରୋନାରୁ ସୁସ୍ଥ ହେବା ପରେ ଦେଖା ଦେଇଛି। ପାରୋସ୍ମିଆରେ ଲୋକଙ୍କର ଶୁଙ୍ଘିବାର ସେନ୍ସ ବଦଳି ଯାଇଥାଏ। ଏଥିରେ ଲୋକଙ୍କୁ ଗନ୍ଧ ତ ହୋଇଥାଏ କିନ୍ତୁ ସେମାନେ କେଉଁ ଜିନିଷ ଶୁଙ୍ଘୁଛନ୍ତି, ତାହା ଜାଣି ପାରନ୍ତି ନାହିଁ। ନିଜ ଆଖାପାଖରେ ବାସନା କିମ୍ବା ଦୁର୍ଗନ୍ଧକୁ ମଧ୍ୟ ସେମାନେ ଠିକ୍ ଭାବେ ଅନୁଭୂତ କରିପାରନ୍ତି ନାହିଁ। ଏକ ସୁସ୍ଥ ବ୍ୟକ୍ତି ଶୁଙ୍ଘିକି କହିପାରିବ ଯେ ଆଖପାଖରେ କ’ଣ ରୋଷେଇ ହେଉଛି। ସୁସ୍ଥ ବ୍ୟକ୍ତି ଆହୁରି କହିପାରିବ ଯେ ଖାଦ୍ୟରେ କେଉଁ ଜିନିଷ ପ୍ରସ୍ତୁତ ହେଉଛି। କିନ୍ତୁ ଯେଉଁ ଲୋକ କରୋନା କାରଣରୁ ପାରୋସ୍ମିଆର ଶିକାର ହୁଅନ୍ତି, ସେମାନଙ୍କୁ ଗନ୍ଧ ତ ଆସିଥାଏ, କିନ୍ତୁ ଏହାର ଫରକ ଜାଣିପାରନ୍ତି ନାହିଁ। ସେମାନେ ସେ ଜିନିଷ ବିଷୟରେ ଠିକ୍ ଭାବେ କହିପାରନ୍ତି ନାହିଁ। ଗନ୍ଧକୁ ନେଇ ଗୋଟିଏ ପ୍ରକାରରେ ଦ୍ୱନ୍ଦ୍ୱ ଭଳି ସ୍ଥିତି ଉପୁଜିଥାଏ।

ଯେହେତୁ ପାରୋସ୍ମିଆରେ ଶୁଙ୍ଘିବା ଶକ୍ତି ପୂରା ଯାଇନଥାଏ, ତେଣୁ ଏହାର ଉପଚାର କରିବାର ଅଧିକ ସମ୍ଭାବନା ରହିଛି। ଚିକିତ୍ସା ପଦ୍ଧତି ଦ୍ୱାରା ଏହାକୁ ଠିକ୍ କରାଯାଇପାରିବ। ଡାକ୍ତର ଏଥିପାଇଁ ଜିଙ୍କ, ଭିଟାମିନ୍‌-ଏ ଓ ଆଣ୍ଟିବାୟୋଟିକ୍ ଖାଇବାକୁ ପରାମର୍ଶ ଦିଅନ୍ତି। ତେବେ ଅଭ୍ୟାସ କରିବା ଦ୍ୱାରା ମଧ୍ୟ ଏହି ରୋଗକୁ ଭଲ କରିହେବ। ପ୍ରତିଦିନ ସକାଳେ ରୋଗୀଙ୍କୁ ଚାରୋଟି ଭିନ୍ନ ଭିନ୍ନ ସେଣ୍ଟ ଶୁଙ୍ଘିବାକୁ ଦିଆଯିବା ଦରକାର। ଏହା ପରେ ଅଭ୍ୟାସ ମାଧ୍ୟମରେ ମନକୁ କ’ଣ ଗନ୍ଧ ହେଉଛି, ତାହା ଜାଣିବାକୁ ପଡ଼ିବ। ଏହା ସମ୍ପୂର୍ଣ୍ଣ ଭାବେ ମସ୍ତିଷ୍କର ଟ୍ରେନିଂ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking