ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଟୋଲ ପ୍ଲାଜାରେ ଅକ୍ସିଜେନ ଟ୍ୟାଙ୍କର କିମ୍ବା ସିଲିଣ୍ଡରରେ ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡିରୁ ଟ୍ୟାକ୍ସ ସଂଗ୍ରହ କରାଯିବ ନାହିଁ। ଏହି ଆଦେଶ ଜୁଲାଇ ୩୦ ପର୍ୟ୍ୟନ୍ତ ବଳବତ୍ତର ରହିବ।
ରାଜ୍ୟର ବିଭିନ୍ନ ଡାକ୍ତରଖାନା ଏବଂ କୋଭିଡ କେୟାର ସେଣ୍ଟର କୁ ମେଡିକାଲ ଅକ୍ସିଜେନ ଯୋଗାଣକୁ ସୁଗମ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଏହାପୂର୍ବରୁ ମେ ୮ ରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଜାତୀୟ ରାଜପଥର ସମସ୍ତ ଟୋଲ ପ୍ଲାଜାରେ ତରଳ ମେଡିକାଲ ଅମ୍ଳଜାନ ପରିବହନ କରୁଥିବା ଯାନ ପାଇଁ ଉପଭୋକ୍ତା ଶୁଳ୍କ ଛାଡ କରିଥିଲା ।