34.1 C
Bhubaneswar
Saturday, April 27, 2024
Homeକରୋନାଦିଲ୍ଲୀରେ ଜୁନ ୧୪ ପର୍ଯ୍ୟନ୍ତ ବଢିଲା ଲକ୍ ଡାଉନ

ଦିଲ୍ଲୀରେ ଜୁନ ୧୪ ପର୍ଯ୍ୟନ୍ତ ବଢିଲା ଲକ୍ ଡାଉନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ପ୍ରାୟ ୪୦୦ ନୂଆ ମାମଲା  ସାମ୍ନାକୁ ଆସିଛି ଏବଂ ପଜିଟିଭିଟି ରେଟ୍ ୦.୫ ପ୍ରତିଶତ ହୋଇଛି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲକଡାଉନକୁ ୧୪ ଜୁନ ସକାଳ ୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ତେବେ ଲକଡାଉନରେ ଲାଗିଥିବା ପ୍ରତିବନ୍ଧକରେ କୋହଳନୀତି ଆପଣାଯିବ ନାହିଁ ବୋଲି କହିଛନ୍ତି । ଦିଲ୍ଲୀରେ ସମସ୍ତ ବଜାର, ମଲ ଓ ମାର୍କେଟ କମ୍ପ୍ଲେକ୍ସ ଖୋଲିବ । ତେବେ ଅଡ୍ ଇଭିନ ଆଧାରରେ ବଜାର ଖୋଲିବ । ଅର୍ଥାତ ଦିନେ ଛଡା ଦିନେ ଦୋକାନ ଖୋଲିବ । ବ୍ୟବସାୟୀମାନେ ଦୋକାନ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିପାରିବେ । ମେଟ୍ରୋ ସଂଚାଳନ ୫୦ ପ୍ରତିଶତ କ୍ଷମତା ସହିତ ଆରମ୍ଭ କରାଯିବ ।  ସମସ୍ତ ଘରୋଇ ଅଫିସ ୫୦ ପ୍ରତିଶତ କ୍ଷମତା ସହିତ ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିପାରିବେ । ଷ୍ଟାଣ୍ଡଆଲୋନ ଦୋକାନ ଓ ଆଖପାଖ ପଡୋଶୀ ର ସମସ୍ତ ଦୋକାନ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରତିଦିନ ଖୋଲିପାରିବ ।  ମେଟ୍ରୋ ଟ୍ରେନ ମଧ୍ୟ ୫୦ ପ୍ରତିଶତ କ୍ଷମତା ସହିତ ଆରମ୍ଭ କରାଯିବ ।  ଇକମର୍ସ ଅନୁସାରେ ସମସ୍ତ ଜିନିଷର ଡେଲିଭରି ବି ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking