31.1 C
Bhubaneswar
Friday, March 29, 2024
Homeବିଜିନେସ୍ଟ୍ୱିଟର ବିବାଦ ମଧ୍ୟରେ ଲୋକପ୍ରିୟ ହେଉଛି 'କୁ' ଆପ୍

ଟ୍ୱିଟର ବିବାଦ ମଧ୍ୟରେ ଲୋକପ୍ରିୟ ହେଉଛି ‘କୁ’ ଆପ୍

ନୂଆଦିଲ୍ଲୀ: ଟ୍ୱିଟର ଶନିବାର ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ର ମୁଖ୍ୟ ମୋହନ ଭାଗବତ ଙ୍କ ବ୍ୟକ୍ତିଗତ ହ୍ୟାଣ୍ଡେଲରୁ ବି ବ୍ଲୁ ଟିକ୍ ହଟାଇନେଇଛି । ଏତିକି ନୁହେଁ, ସୋସିଆଲ ମିଡିଆ ସାଇଟ୍ ଆରଏସଏସର ଅନେକ ନେତାଙ୍କ ଆକାଉଣ୍ଟରୁ ବି ବ୍ଲୁ ଟିକ୍ ହଟାଇ ଦେଇଥିଲା । ପ୍ରଥମେ ଏହା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଟ୍ୱିଟର ଆକାଉଣ୍ଟରୁ ବି ବ୍ଲୁ ଟିକ୍ ହଟାଇ ଦେଇଥିଲା । ହେଲେ ପରେ ଏହାକୁ ରିଷ୍ଟୋର କରିଥିଲା । ଖାଲି ଏତିକି ନୁହେଁ ଟ୍ୱିଟର, ମହାସଚିବ କୃଣ୍ଣ ଗୋପାଳ ଓ ଅରୁଣ କୁମାର, ପୂର୍ବ ମହାସଚିବ ସୁରେଶ ଭ୍ୟାୟାଜୀ ଜୋଶୀ ଓ ବର୍ତମାନ ସଂପର୍କ ପ୍ରମୁଖ ଅନିରୁଦ୍ଧ ଦେଶପାଣ୍ଡେ ଭଳି ବଡ ଆରସଏସ ନେତାଙ୍କ ହ୍ୟାଣ୍ଡେଲରୁ ବି ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା । ଆମେରିକା ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ର ସିଧା ଫାଇଦା ଟ୍ୱିଟର ଭଳି ଫିଚରରୁ ଲ୍ୟାସ  ଭାରତୀୟ ଆପ୍ ‘କୁ’ କୁ ମିଳୁଥିବା ଦେଖିବାକୁ ମିଳୁଛି । ଦେଶର ବଡ ବଡ ଦଳର ନେତା ଏବେ କୁ ଆପ୍ ରେ ନିଜ ଅଫିସିଆଲ ଆକାଉଣ୍ଟ କରୁଛନ୍ତି । କଂଗ୍ରେସ, ଆପ୍ , ଏନସିପି ସମେତ ବଡ ଦଳର ନେତା ‘କୁ ଆପ’ରେ ଆକାଉଣ୍ଟ ଖୋଲୁଛନ୍ତି । ଗତ କିଛି ସପ୍ତାହ ରୁ କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବଡ ବଡ ନେତାମାନେ ‘କୁ ଆପ’କୁ ଯାଉଛନ୍ତି । ମିଳିଥିବା ସୂଚନା ମୁତାବକ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ‘କୁ’  ଆପ ରେ ନିଜ ଅଫିସିଆଲ ଆକାଉଣ୍ଟ  ଖୋଲିଛନ୍ତି । ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ କମଲନାଥ ସିଂ ବି କୁ ଆପରେ ଅନେକମାତ୍ରାରେ ଲୋକପ୍ରିୟ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking