34.1 C
Bhubaneswar
Saturday, April 27, 2024
Homeଓଡିଶାମମତା ଦିଦି ଶୁଣିଲେ ନାହିଁ : ଜିଲ୍ଲାପାଳ, ରାଜ୍ୟ ସରକାରଙ୍କ ସାହାଯ୍ୟ ଜୀବନ ଥିବା...

ମମତା ଦିଦି ଶୁଣିଲେ ନାହିଁ : ଜିଲ୍ଲାପାଳ, ରାଜ୍ୟ ସରକାରଙ୍କ ସାହାଯ୍ୟ ଜୀବନ ଥିବା ଯାଏଁ ଭୁଲିବୁ ନାହିଁ

 
ମାଲକାନଗିରି : ଲକଡାଉନ୍ ଯୋଗୁଁ ରାଜ୍ୟର ଲକ୍ଷଲକ୍ଷ ଶ୍ରମିକ ବିଭିନ୍ନ ରାଜ୍ୟରେ ଫସି ରହିଥିବାରୁ ରାଜ୍ୟସରକାର ଫସି ରହିଥିବା ଶ୍ରମିକଙ୍କୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଶ୍ରମିକଙ୍କ ଘର ମୁହାଁ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ରାଜ୍ୟର ୫୫ଜଣ ଶ୍ରମିକ ତେଲେଙ୍ଗାନାର ସିକନ୍ଦ୍ରାବାଦରେ କାମ କରିବାକୁ ଯାଇ ଲକଡାଉନ୍ ଯୋଗୁଁ ଫସି ରହିଥିଲେ । ପରେ ଚାଲିଚାଲି ଆନ୍ଧ୍ର-ଛତିଶଗଡ଼ ସୀମାନ୍ତ ମାଲକାନଗିରି ଜିଲ୍ଲାର ମୋଟୁ ଦେଇ ଶ୍ରମିକମାନେ ପହଞ୍ôଚବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବାରମ୍ବାର ଗୁହାରୀ କରିବାପରେ କୌଣସି ସୁଫଳ ମିଳିନଥିଲା । ଓଡ଼ିଶା ସରକାର ଓ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆମ ଦୁଃଖକଷ୍ଟକୁ ବୁଝିଛନ୍ତି । ଆମ ଘରକୁ ପଠାଇବାର ବ୍ୟବସ୍ଥା କରିଛନ୍ତି । ରାଜ୍ୟସରକାର ଓ ମାଲକାନଗିରି ଜିଲ୍ଲାପାଳ ଯେଉଁ ସାହାଯ୍ୟ ଓ ସହଯୋଗ ଦେଇଛନ୍ତି ତାହା ଆମେ ଜୀବନ ଥିବା ଯାଏଁ ଭୁଲିବୁ ନାହିଁ ବୋଲି ପ୍ରବାସୀ ଶ୍ରମିକମାନେ ପ୍ରକାଶ କରିଛନ୍ତି ।
ପଶ୍ଚମିବଙ୍ଗ ରାଜ୍ୟର ମୁର୍ସିଦାବାଦ ଜିଲ୍ଲାର ୨୯ଜଣ, ବର୍ଦ୍ଧମାନ ଜିଲ୍ଲାର ୯ଜଣ, ମାଲଦାଉତର ଦିନାୟକପୁର ଜିଲ୍ଲାର ୨ଜଣ, ବାଙ୍କୁଣ୍ଡା ଜିଲ୍ଲାର ୯ ଜଣଙ୍କ ସମେତ ମୋଟ ୫୫ ଜଣ ଶ୍ରମିକ ତେଲେଙ୍ଗାନାର ରାଜ୍ୟର ହାଇଦ୍ରାବାଦ ଓ ସିକନ୍ଦ୍ରାବାଦ କାମ କରିବାକୁ ଯାଇଥିଲେ । ତେବେ ଲକଡାଉନ ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ହୋଇଯିବାରୁ ଏମାନଙ୍କ ମଧ୍ୟରୁ ଅନେକ ଶ୍ରମିକ ପ୍ରାୟ ୪୫୦ କିଲୋମିଟର ଚାଲି ଚାଲି ୧୫ ଦିନ ପରେ ମୋଟୁ ପହଞ୍ôଚଥିଲେ । ରାସ୍ତାରେ ସାହାଯ୍ୟ ପାଇଁ ଗୁହାରୀ କରିଲେ ଆମକୁ ମାରିବା ପାଇଁ ଗୋଡ଼ାଉଥିଲେ ବୋଲି ପ୍ରକାଶ କରିଛନ୍ତି । ବହୁ କଷ୍ଟ ସ୍ୱୀକାର କରି ମୋଟୁରେ ପହଞ୍ôଚବା ପରେ ସେମାନଙ୍କର ରେଜିଷ୍ଟ୍ରେସନ କରାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା, ଥର୍ମାଲ ଯାଞ୍ଚ ସହ ଖାଦ୍ୟ ପ୍ରଦାନ କରାଯାଇଥିଲା । ତେବେ ଇତି ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରିବା ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲୁ । ପରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଆମକୁ ପଠାଇବାର ବ୍ୟବସ୍ଥା କରିବାସହ ମୋଟୁ ଠାରୁ ମାଲକାନଗିରି ଠାରେ ଆସି ପହଞ୍ôଚବା ପରେ ଜିଲ୍ଲାପାଳ ଆମ ଦୁଃଖ ଶୁଣିଥିଲେ । ସୁଖିଲା ଖାଦ୍ୟ ଓ ପ୍ରତ୍ୟେକଙ୍କୁ ୫ ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରି ସାହାଯ୍ୟ କରିଥିବା ପ୍ରକାଶ କରିଛନ୍ତି । ଏହି ଅର୍ଥ ମାଲକାନଗିରି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବହନ କରିଥିବା ଜଣାପଡ଼ିଛି । ସେମାନଙ୍କ ସମସ୍ୟା ବିଷୟରେ ଅବଗତ ହେବାପରେ ଜିଲ୍ଲାପାଳ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କ ସହ ଯୋଗାଯୋଗ କରି ସେମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଆଜି ମୋଟୁରୁ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା ପର୍ଯ୍ୟନ୍ତ ପଠାଯାଇଛି । ସେଠାରୁ ମେଦିନାପୁର ଜିଲ୍ଲାପାଳ ସେମାନଙ୍କ ନିଜ ନିଜର ଘରକୁ ପଠାଇବାର ବ୍ୟବସ୍ଥା କରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏଥିରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୁୟାଁ ଓ ଗ୍ରାମ୍ୟ ନିର୍ମାଣ ବିଭାଜନର-୨ର ନିର୍ବାହୀ ଯନ୍ତ୍ରୀ କେ.ବାରା ପ୍ରସାଦ ରାଓ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ବେହେରାଙ୍କ ସମେତ ବହୁ ଅଧିକାରୀ ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking