27.1 C
Bhubaneswar
Thursday, April 25, 2024
Homeଅପରାଧବନ୍ଧୁକ ଦେଖାଇ ପୂର୍ବତନ ସରପଞ୍ଚକୁ ଉଠାଇ ନେଲେ ପିଏଲଏଫଆଇ ସଦସ୍ୟ

ବନ୍ଧୁକ ଦେଖାଇ ପୂର୍ବତନ ସରପଞ୍ଚକୁ ଉଠାଇ ନେଲେ ପିଏଲଏଫଆଇ ସଦସ୍ୟ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପଟବ ଗାଁ ରେ ପିଏଲଏଫଆଇ ସଦସ୍ୟଙ୍କ ଉନ୍ମତ୍ତ କାଣ୍ଡ । ବନ୍ଧୁକ ଦେଖାଇ ରାତି ଅଧରେ ପୂର୍ବତନ ସରପଞ୍ଚଙ୍କୁ ଉଠାଇ ନେଇଛନ୍ତି । ଚାନ୍ଦା ନଦେବାରୁ ମାଡ ମାରିବା ସହ ଗୁଳି ଚାଳନା କରିଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକର କର୍କଟନାଶା ପଞ୍ଚାୟତର ପୂର୍ବତନ ସରପଞ୍ଚ ଆଗ୍ନେସିଉସ ହରୋଙ୍କୁ ଗତକାଲି ବିଳମ୍ବିତ ରାତିରେ 4 ଜଣ ପିଏଲଏଫଆଇ ସଦସ୍ୟ ଦୁଇଟି ବାଇକ ଯୋଗେ ଆସି ବନ୍ଧୁକ ଦେଖାଇ ପାଖ ଜଙ୍ଗଲକୁ ନେଇ ଯାଇଥିଲେ । ସେଠାରେ ସେ ପଟବ ଗାଁରେ କରୁଥିବା ପାଣି ଟାଙ୍କି କାର୍ଯ୍ୟ ପାଇଁ 3 ଲକ୍ଷ 50 ହଜାର ଟଙ୍କା ଚାନ୍ଦା ମାଗିଥିଲେ । ଆଉ ସେ ଚାନ୍ଦା ନ ଦେବାରୁ ନିର୍ଦ୍ଦୁମ ମାଡ ମାରି ଛାଡିଦେଇଥିଲେ । ପୋଲିସ ଗୁଳି ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking