27.1 C
Bhubaneswar
Friday, March 29, 2024
Homeଅପରାଧବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା : ଯୁବକଙ୍କ ଘର ଆଗରେ ଶିଶୁକନ୍ୟା ସହ ଯୁବତୀଙ୍କ ଧାରଣା

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା : ଯୁବକଙ୍କ ଘର ଆଗରେ ଶିଶୁକନ୍ୟା ସହ ଯୁବତୀଙ୍କ ଧାରଣା

ଢେଙ୍କାନାଳ : କରୋନା ମହାମାରୀକୁ ନେଇ ସବୁଆଡ଼େ ସଙ୍କଟ ଲାଗିରହିଥିବା ବେଳେ ମହାବୀରୋଡ ଫାଣ୍ଡି ଅନ୍ତର୍ଗତ ଝିଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଜଣେ ଯୁବକଙ୍କ ଘର ସମ୍ମୁଖରେ ୨ମାସର ଶିଶୁକନ୍ୟାକୁ ଧରି ଜଣେ ଯୁବତୀ ଧାରଣାରେ ବସିଛନ୍ତି । ସ୍ତ୍ରୀର ମର୍ଯ୍ୟାଦା ନମିଳିବା ପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ ବୋଲି ଯୁବତୀ ଜିଦରେ ଥିବାବେଳେ ସମ୍ପୃକ୍ତ ଯୁବକଙ୍କ ପରିବାର ଘରେ ତାଲାପକାଇ ଫେରାର୍ ହୋଇଯାଇଥି ଜଣାପଡ଼ିଛି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଝିଲ୍ଲୀ ଗ୍ରାମର ମାନସ ବେହେରା ତାଙ୍କୁ ୭ବର୍ଷ ଧରି ପ୍ରେମ କରିବା ସହ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଫଳରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ମାତ୍ର ପ୍ରତାରଣାକାରୀ ଯୁବକ ଲୁଚାଛପାରେ ଅନ୍ୟ ଜଣେ ଯୁବତୀକୁ ବିବାହ କରିଥିବା ଯୁବତୀ ଜଣଙ୍କ ଜାଣିବା ପରେ ମାନସ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ତାଙ୍କର ଏକ ଶିଶୁକନ୍ୟା ଜନ୍ମ ହେବାପରେ ମାନସ ତାଙ୍କୁ ଆଉ ଧରାଛୁଆଁ ଦେଇ ନଥିଲେ । ଏ ନେଇ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିିସ କୌଣସି ନ୍ୟାୟ ନଦେବାରୁ ପତ୍ନୀର ମର୍ଯ୍ୟାଦା ପାଇବା ଦାବିରେ ମାନସଙ୍କ ଘର ସମ୍ମୁଖରେ ଶିଶୁକନ୍ୟାକୁ ଧରି ଧାରଣାରେ ବସିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking