30.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶ‘ଲିଭ ଇନ ରିଲେସନସିପରେ ସଂପର୍କ ଖରାପ ହେଲେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ’: ସୁପ୍ରିମକୋର୍ଟ

‘ଲିଭ ଇନ ରିଲେସନସିପରେ ସଂପର୍କ ଖରାପ ହେଲେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି ଯୁବକ ଏବଂ ଯୁବତୀ ଦୀର୍ଘ ସମୟ ଧରି ଏକାଠି ରୁହନ୍ତି ଏବଂ ପରବର୍ତ୍ତୀ ସମୟରେ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୁଏ ତେବେ ଏମିତି କ୍ଷେତ୍ରରେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ । ଏମିତି ଅନେକ ଥର ଦେଖିବାକୁ ମିଳିଛି ମହିଳା ଏବଂ ପୁରୁଷ ବିବାହ ନକରି ବର୍ଷ ବର୍ଷ ଧରି ଏକାଠି ରହୁଛନ୍ତି । ପରେ କୌଣସି କାରଣବଶତଃ ଦୁହିଁଙ୍କ ସଂପର୍କ ବିଗିଡି ଯାଉଛି । ପୁଣି ମହିଳା ପୁରୁଷଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣୁଛନ୍ତି । ଅନେକ ଥର ତ ଏମିତି ଅଭିଯୋଗ ଲଗାଯାଏ ଯେ, ଯୁବକ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲେ ।

ମାତ୍ର ସୁପ୍ରିମକୋର୍ଟଙ୍କ କହିବା କଥା ଏମିତି କ୍ଷେତ୍ରରେ ପୁରୁଷଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ କି ମୋକଦ୍ଦମା ବି ଚଲା ଯାଇ ପାରିବ ନାହିଁ । ଜଣେ ମହିଳା ଏବଂ ପୁରୁଷ ଚାରି ବର୍ଷ ଧରି ଏକାଠି ରହୁଥିଲେ । ଉଭୟ ବିବାହ କରିନଥିଲେ । ଉଭୟଙ୍କ ଔରସରୁ ଗୋଟିଏ ଝିଅ ମଧ୍ୟ ଅଛି । ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ସଂପର୍କ ଖରାପ ହେବା ପରେ ମହିଳା ଜଣକ ପୁରୁଷଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ । ରାଜସ୍ଥାନ ହାଇକୋର୍ଟ ପୁରୁଷଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁବାର ହାଇକୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ଏବଂ ପୁରୁଷଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଦେଶରେ କହିଛନ୍ତି ଯଦି ପୁରୁଷ ଏବଂ ମହିଳା ଏକତ୍ର ରହୁଛନ୍ତି । ଯଦି ସଂପର୍କରେ ଫାଟ ସୃଷ୍ଟି ହୁଏ ତେବେ ଏଥିରେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking