33.1 C
Bhubaneswar
Monday, May 6, 2024
Homeଓଡିଶାହାତୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସାମ୍ବାଦିକଙ୍କ ଜୀବନ

ହାତୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର: ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ମହାନଦୀରେ ଅପରେସନ ବେଳେ ବୋଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହାତୀ ଅପରେସନରେ ସାମିଲ ଓଡ୍ରାଫ ବୋଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହାତୀକୁ ଘଉଡାଇବା ବେଳେ ରବର ବୋଟ ଓଲଟି ପଡିଥିଲା । ମୁଣ୍ଡଳି ବ୍ୟାରେଜ ନିକଟରେ ପ୍ରବଳ ସ୍ରୋତରେ ବୋଟ ଓଲଟି ପଡିଥିଲା ।

ମହାନଦୀ ମୁଣ୍ଡଳୀ ବ୍ୟାରେଜ୍ ନିକଟରେ ପ୍ରଖର ସ୍ରୋତରେ ଫସି ଯାଇଥିବା ଦନ୍ତାହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ଓଲଟିପଡ଼ିଥିଲା । ଯେଉଁଥିରେ ୭ ଜଣ ଲୋକ ଥିଲେ । ଏଥିରେ ଓଟିଭିର୨ଜଣ ଗଣମାଧ୍ୟମର ପ୍ରତିନିଧି ଥିଲେ । ଉକ୍ତ ୨ ଗଣମାଧ୍ୟମ ପ୍ରତିନିଧି ସୁରକ୍ଷିତ ଭାବେ ଉଦ୍ଧାର ଥିବା କୁହାଯାଉଥିଲା  ଏବଂ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହାସହ ଓଡ୍ରାଫ ଟିମର ଅନେକ ସଦସ୍ୟ ଉଦ୍ଧାର ହୋଇଥିଲେ । ନଦୀର ପ୍ରଖର ସ୍ରୋତରେ ଓଡ୍ରାଫ୍ ଟିମର ବୋଟ୍ ଟି ଭାସି ଯାଇଥିବା ଅନୁମାନ କରାଯାଉଛି । ରବର ବୋଟରେ ହାତୀକୁ ଉଦ୍ଧାର କରିବାକୁ ମହାନଦୀ ଭିତରକୁ ଯାଇଥିବା ବେଳେ ବୋଟ୍ ଟି ଓଲଟିପଡ଼ିଥିଲା । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking