39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଇଅନ ମୋର୍ଗାନଙ୍କ ଉପରେ ୨୪ ଲକ୍ଷ ଜରିମାନା

ଇଅନ ମୋର୍ଗାନଙ୍କ ଉପରେ ୨୪ ଲକ୍ଷ ଜରିମାନା

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍-୧୪ର ଦ୍ବିତୀୟ ଚରଣରେ ଗୁରୁବାର ୩୪ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟରେ ହରାଇ କୋଲକାତା ନାଇଟ ରାଇଡର୍ସ ପଏଣ୍ଟ୍ ଟେବଲର ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଅନ୍ୟପକ୍ଷରେ ପଞ୍ଚମ ପରାଜୟ ସହ ମୁମ୍ବାଇ ଷଷ୍ଠ ସ୍ଥାନକୁ ଖସିଯାଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ କୋଲକାତା ଦମଦାର ପ୍ରଦର୍ଶନ ପୂର୍ବକ ତା’ର ଚତୁର୍ଥ ବିଜୟ ହାସଲ କରିଛି। ତେବେ ଏହି ମ୍ୟାଚରେ ମନ୍ଥର ଓଭର୍ ରେଟ୍ ପାଇଁ କୋଲକାତା ଅଧିନାୟକ ଇଅନ ମୋର୍ଗାନଙ୍କ ଉପରେ ବେଶ୍ ମୋଟା ଅଙ୍କର ଜରିମାନା ଲାଗିଛି। ଦଳର ବୋଲରମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ବୋଲିଂ କରି ନ ପାରିବା ଫଳରେ ଅଧିନାୟକ ଭାବେ ମୋର୍ଗାନଙ୍କୁ ମୋଟ ୨୪ ଲକ୍ଷ ଟଙ୍କାର ଜରିମାନା ଭରିବାକୁ ପଡ଼ିବ। ଆଇପିଏଲ ପକ୍ଷରୁ ଜାରି ଏକ ଅଫିସିଆଲ ବିବୃତିରେ କୁହାଯାଇଛି ଯେ ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଦ୍ୱିତୀୟ ଥର ପାଇଁ ଧିମା ବୋଲିଂ କରିଛି। ଧାର୍ଯ୍ୟ ସମୟ ଅନୁସାରେ ଟିମ୍ ବୋଲିଂ ହାର ଅନୁସାରେ ଓଭର୍ ଶେଷ କରିପାରିନାହିଁ। ଏହି କାରଣରୁ ଦଳର ଅଧିନାୟକଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି। ସେହିପରି ଦଳର ଅନ୍ୟ ଖେଳାଳିମାନେ ମଧ୍ୟ ଜରିମାନା ଦେବେ। ସେମାନେ ଜଣ ପିଛା ୬ ଲକ୍ଷ ଟଙ୍କା ଅର୍ଥାତ୍ ନିଜ ନିଜ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା ଭାବେ ଦେବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking