32.1 C
Bhubaneswar
Thursday, May 9, 2024
Homeଅପରାଧଅନ୍ଧ ବିଶ୍ୱାସରେ ବଳି ପଡୁଛି ଜୀବନ

ଅନ୍ଧ ବିଶ୍ୱାସରେ ବଳି ପଡୁଛି ଜୀବନ

ଭୁବନେଶ୍ୱର: ଅନ୍ଧବିଶ୍ୱାସ ଯୋଗୁ ବଳି ପଡୁଛିି ଗୋଟିଏ ପରେ ଗୋଟିଏ ଜୀବନ । ରାଜ୍ୟରେ ଏହିଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ଗୁଣି ଗାରେଡି ଯୋଗୁ ହେଉଥିବା ଏଭଳି ହତ୍ୟାକାଣ୍ଡ ଅତ୍ୟନ୍ତ ବିଭତ୍ସ ଏବଂ ଲୋମଟାଙ୍କୁରା ହତ୍ୟାକାଣ୍ଡ ଅଟେ । ପୂର୍ବରୁ ଆଦିବାସୀ ଜିଲା ଗୁଡିକରେ ଏଭଳି ଘଟଣା ନିୟମିତ ଶୁଣାଯାଉଥିଲା । ହେଲେ ଏବେ ଉପକୂଳ ଜିଲ୍ଲାରେ ବି ପହଞ୍ଚିଲାଣି ଗୁଣିଗାରେଡି ସନ୍ଦେହ ହତ୍ୟା । ପୂର୍ବରୁ ନିରୀହ ଆଦିବାସୀଙ୍କ ମନରେ କୁସଂସ୍କାର, ଅନ୍ଧବିଶ୍ୱାସ ତଥା ଗୁଣିଗାରେଡି ସନ୍ଦେହ ବସା ବାନ୍ଧି ରହୁଥିବା ବେଳେ, ଏବେ ଉପକୂଳ ଜିଲ୍ଲାବାସୀ ବି ଏହାର ଜାଲରେ ଫସି ଯାଉଛନ୍ତି ।

ଫଳରେ ଅକାରଣେ ହେଉଛି ରକ୍ତପାତ, ଗଡ଼ୁଛି ମୁଣ୍ଡ । ଆଉ ଉଜୁଡ଼ି ଯାଉଛି ପରିବାର । କେତେବେଳେ ତନ୍ତ୍ର ସାଧନା କରୁଥିବା ଲୋକେ ନିଜର ଲକ୍ଷ ହାସଲ କରିବାକୁ ନିରିହ ଶିଶୁଙ୍କୁ ବଳି ଚଢାଉଛନ୍ତି । ପୁଣି କେତେବେଳେ ତନ୍ତ୍ର ସାଧାନ କରୁଥିବା ବ୍ୟକ୍ତିଙ୍କୁ ଲୋକେ ଗୁଣିଆ କହି ହତ୍ୟା କରିଦେଉଛନ୍ତି । ଅନେକ ମାମଲାରେ ଏପରି ମଧ୍ୟ ଦେଖାଦେଇଛି ଯେ, କୌଣସି ପୂର୍ବ ବିବାଦ କିମ୍ବା ପାରିବାରିକ ଏବଂ ବାଣିଜିକ କଳହ ଯୋଗୁ କିଛି ବ୍ୟକ୍ତି ନିଜର ପ୍ରତିଦ୍ୱନ୍ଦୀଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରଥମେ ଗୁଣିଆ ସଜାଇ ଦେଉଛନ୍ତି । ପରେ ଲୋକଙ୍କ ସମର୍ଥନ ପାଇ ପ୍ରତିଦ୍ୱନ୍ଦୀଙ୍କୁ ନିର୍ମମ ହତ୍ୟା କରୁଛନ୍ତି ।

ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ୨୦୨୧ର ତଥ୍ୟ ଅନୁଯାୟୀ ସାରା ଭାରତବର୍ଷରେ ୬୮ ଜଣଙ୍କୁ ହତ୍ୟା ହତ୍ୟା କରାଯାଇଥିଲା । ଏଥିରେ କେବଳ ଓଡିଶାରେ ଗୁଣିଗାରେଡ଼ି ସନ୍ଦେହରେ ୨ ଜଣଙ୍କୁ ହତ୍ୟା କରାଯାଇଥିଲା । ସେହିପରି ପଡ଼ୋଶୀ ରାଜ୍ୟ ଛତିଶିଗଡ଼ ସର୍ବାଧିକ ୨୦ ଜଣଙ୍କୁ ହତ୍ୟା କରାଯାଇଥିଲା । ସେହିପରି ତେଲେଙ୍ଗାନା ୧୮ ମଧ୍ୟପ୍ରଦେଶରେ ୧୧ ଜଣଙ୍କୁ ହତ୍ୟା କରାଯାଇଥିଲା । ଅନ୍ୟପକ୍ଷରେ ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ୨୦୨୦ରେ ମୋଟ ୮୮ ଜଣଙ୍କୁ ହତ୍ୟା କରାଯାଇଥିଲା ବେଳେ ଓଡ଼ଶାରେ ଗୁଣିଗାରେଡ଼ି ପାଇଁ ୧୪ ଜଣଙ୍କୁ ହତ୍ୟା କରାଯାଇଥିଲା । ପୁରୀ ଗୁରୁକୃପା ଆଶ୍ରମରେ ବିଷ୍ଣୁ ବାବାଙ୍କ ଆକ୍ରମଣରେ ଦୟାନିଧି ବାବାଙ୍କ ଏସିବିରେ ଚିକିତ୍ସାଧିନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି । ବିଷ୍ଣୁ ବାବା ମଧ୍ୟ ଅର୍ଜୁନ ବାବାଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ତନ୍ତ୍ର ସାଧନା ପାଇଁ ସେ ଏହି ହତ୍ୟାକାଣ୍ଡ କରିଥିବା ପୁଲିସକୁ କହିଛନ୍ତି । ତେବେ ଗୁଣି ଗାରେଡ଼ି ଯୋଗୁ ତାଙ୍କ ରକ୍ତ ପିଇବା ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking