29.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗ୬୦ ବର୍ଷ ବୟସରେ କିମ୍ବଦନ୍ତୀ ଫୁଟବଲ ଖେଳାଳୀ ମାରାଡୋନଙ୍କ ପରଲୋକ

୬୦ ବର୍ଷ ବୟସରେ କିମ୍ବଦନ୍ତୀ ଫୁଟବଲ ଖେଳାଳୀ ମାରାଡୋନଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି କିମ୍ବଦନ୍ତୀ ଫୁଟବଲ ଖେଳାଳୀ ମାରାଡୋନା । ହୃଦଘାତରେ ତାଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ସେ ହେଉଛନ୍ତି ଅର୍ଜେଣ୍ଟିଅନ ଖେଳାଳୀ । ନିଜ ବାସଭବନ ରେ ତାଙ୍କର ଦେହାନ୍ତ ଘଟିଥିବା ଖବର ମିଳିଛି । ଏ ନେଇ ତାଙ୍କ ଓକିଲ ସୂଚନା ପ୍ରଦାନ କରିଛନ୍ତି । ତିନି ସପ୍ତାହ ପୂର୍ବରୁ ତାଙ୍କ ମସ୍ତିଷ୍କର ରେ ରକ୍ତ ଜମାଟ କାରଣରୁ ଏକ ସର୍ଜରୀ କରାଯାଇଥିଲା । ୧୯୮୬ ମସିହାରେ ମାରାଡୋନା ୱର୍ଲ୍ଡ କପ୍ ବିଜୟୀ ହୋଇଥିଲେ । ସେଥିରେ ସେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ତାଙ୍କ ସମୟରେ ଇଟାଲୀଅନ ସାଇଡ ନପୋଲିରେ ସେ ୧୯୮୭ ଓ ୧୯୯୦ ରେ ସିରି ଟାଇଟଲ ସହ ୧୯୮୭ ରେ ଇଟାଲୀଅନ କପ୍ ଓ ୧୯୯୧ ରେ ୟୁଫା କପ୍ ଜିତିଥିଲେ । ୧୯୯୧ ରେ ସେ କ୍ଲବ ଛାଡିଥିଲେ । ଡ୍ରଗ ଭାୟୋଲେନ୍ସ ପାଇଁ ସେ ୧୫ ମାସ ପାଇଁ ସସ୍ପେଣ୍ଡ ମଧ୍ୟ ହୋଇଥିଲେ । ୧୯୯୭ ମସିହାରେ ଫୁଟବଲ ରୁ ଅବସର ନେଇଥିଲେ । ପରେ ୧୯୯୯ ଓ ୨୦୦୦ରେ ହୃଦଘାତ ଜନିତ ସମସ୍ୟା ପାଇଁ ସେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ପରେ ୨୦୦୦ରେ ସେ ପୁନର୍ବାର ଗୁରୁତର ଭାବରେ ହାର୍ଟ ସମସ୍ୟା ପାଇଁ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ଜାନୁଆରୀ ତାଙ୍କ ପାକସ୍ଥଳୀରେ ଷ୍ଟିମ୍ ବ୍ଲିଡ଼ିଂ ନେଇ ସର୍ଜରୀ ହୋଇଥିଲା ଏବଂ ଜୁଲାଇ ରେ ତାଙ୍କ ଆଣ୍ଠୁରେ ଏକ ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା । ତିନି ସପ୍ତାହ ପୂର୍ବରୁ ମସ୍ତିଷ୍କ ରେ ରକ୍ତ ଜମାଟ ଯୋଗୁଁ ସର୍ଜରୀ ହୋଇଥିଲା । ତାଙ୍କ ବିୟୋଗରେ ସାରା ଫୁଟବଲ ଜଗତ ଗଭୀର ଶୋକ ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking