33.1 C
Bhubaneswar
Monday, May 6, 2024
Homeଓଡିଶାଆରମ୍ଭ ହେଲା ଅଭିନେତା ମିହିର ଦାସଙ୍କ ଅନ୍ତିମ ଯାତ୍ରା

ଆରମ୍ଭ ହେଲା ଅଭିନେତା ମିହିର ଦାସଙ୍କ ଅନ୍ତିମ ଯାତ୍ରା

କଟକ: ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ମିହିର ଦାସଙ୍କ ଅନ୍ତିମ ଯାତ୍ରା ଆରମ୍ଭ। ସିଡ଼ିଏ ସେକ୍ଟର-୮ ସ୍ଥିତ ବାସଭବନରୁ ଶୋଭାଯାତ୍ରାରେ ବାହାରିଲା ପାର୍ଥିବ ଶରୀର। ସିଡିଏର ସମସ୍ତ ଅଞ୍ଚଳ ପରିକ୍ରମା କରିବା ପରେ କ୍ୟାଣ୍ଟନମେଣ୍ଟ ରୋଡ଼ସ୍ଥିତ ରାମଗଡ଼ ଜନ୍ମସ୍ଥାନକୁ ନିଆଯିବ ମିହିର ଦାସଙ୍କ ପାର୍ଥିବ ଶରୀର। ପରେ ସତୀଚଉରା ‌ଶ୍ମଶାନଠାରେ ଗାର୍ଡ଼ ଅଫ ଅନର ସହ ତାଙ୍କର ଶେଷକୃତ୍ୟ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା। ସୂଚନା ଅନୁଯାୟୀ, ବରିଷ୍ଠ ଅଭିନେତା ମିହିର ଦାସଙ୍କ ଶେଷଯାତ୍ରା ଆରମ୍ଭ ହୋଇଛି। ସମସ୍ତ ରୀତିନୀତି ଅନୁଯାୟୀ ସତୀୁଚଉରା ଶ୍ମଶାନରେ କରାଯିବ ଶେଷକୃତ୍ୟ। ଶୋଭାଯାତ୍ରା ଆରମ୍ଭ ହୋଇଥିବା ବେଳେ ଅନେକ ‌ଓଲିଉଡ଼ କଳାକାର ଶୋଭାଯାତ୍ରାରେ ସାମିଲ ହୋଇଥିବା ‌ଜଣାପଡ଼ିଛି। ଗତକାଲି କଟକର ଏକ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କ ପରଲୋକ ଘଟିଥିଲା। ଡିସେମ୍ବର ୭ ତାରିଖରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମିହିର ଦାସ। ଶରୀରର ବିଭିନ୍ନ ଅଙ୍ଗ ଅକାମୀ ହେବା ପରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking