36.1 C
Bhubaneswar
Sunday, May 19, 2024
Homeଓଡିଶାଟଙ୍କା ଦେଲେନାହିଁ ସୁମିତ : ପୁଣି କୋର୍ଟର ଦ୍ୱାରସ୍ଥହେଲେ ତପସ୍ୱିନୀ

ଟଙ୍କା ଦେଲେନାହିଁ ସୁମିତ : ପୁଣି କୋର୍ଟର ଦ୍ୱାରସ୍ଥହେଲେ ତପସ୍ୱିନୀ

ବ୍ରହ୍ମପୁର: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ଦମ୍ପତି ମାମଲାର ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । କେତେବେଳେ ଶ୍ୱଶୁର ଘର ପକ୍ଷରୁ ବୋହୂଙ୍କ ବିରୁଦ୍ଧରେ କୋର୍ଟର ଆଶ୍ରୟ ନେଉଛନ୍ତି ତ ଆଉ କେତେବେଳେ ସ୍ତ୍ରୀ ତପସ୍ୱିନୀ ସ୍ୱାମୀଙ୍କ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହେଉଛନ୍ତି। ଗତ ୪ ତାରିଖରେ ଜିଲ୍ଳା ଦୌରା ଜଜ କୋର୍ଟ ସ୍ତ୍ରୀ ତପସ୍ୱିନୀଙ୍କୁ ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ଦେବା ନିମନ୍ତେ ଡ଼ା. ସୁମିତ କୁମାର ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ୧୦ ତାରିଖ ପରେ ମଧ୍ୟ ଡାକ୍ତର ସୁମିତ ତାଙ୍କ ସ୍ତ୍ରୀ ତପସ୍ୱିନୀଙ୍କୁ ଉକ୍ତ ଟଙ୍କା ଦେଇନଥିଲେ । ଯାହା ଫଳରେ ତପସ୍ୱିନୀ ବାଧ୍ୟ ହୋଇ ତାଙ୍କ ଓକିଲ ଦୀପକ ପଟ୍ଟନାୟକ ଓ ପ୍ରଦୀପ ବେହେରାଙ୍କ ଜରିଆରେ ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଏକ ମକଦ୍ଦମା ରୁଜୁ କରିଛନ୍ତି ।

କୋର୍ଟ ଏହାକୁ ଗ୍ରହଣ କରି ଆସନ୍ତା ୧୯ ତାରିଖରେ ଏହାର ଶୁଣାଣି ନିମନ୍ତେ ଦିନ ଧାର୍ଯ୍ୟ କରିଥିବା ତପସ୍ୱିନୀଙ୍କ ଓକିଲ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ଦୌରା ଜଜ୍ କୋର୍ଟଙ୍କୁ ନିର୍ଦ୍ଦେଶ ବିରୁଦ୍ଧରେ ସୁମିତ ଆଜି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସୂଚନାଗୋଗ୍ୟ ଯେ ତପସ୍ୱିନୀଙ୍କ ମୂଳ ମାମଲା ଅର୍ଥାତ୍ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ରହିବା ନିମନ୍ତେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଯେଉଁ ପିଟିସନ ଦାଖଲ କରିଥିଲେ, ତାହାର ମଧ୍ୟ ଆସନ୍ତା ୧୯ ତାରିଖରେ ଶୁଣାଣି ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଯୋଗାଇ ଦେବାକୁ ସୁମିତଙ୍କ ମାଆ ଓ ଜେଜେମା ବ୍ରହ୍ମପୁର ଏସଡିଜେଏମଙ୍କ ନିକଟରେ ଏକ ପିଟିସନ ଦାୟର କରିଥିଲେ । ଗତକାଲି ଏସଡିଜେଏମ କୋର୍ଟ ଉକ୍ତ ପିଟିସନକୁ ଖାରଜ କରିଛନ୍ତି । କୋର୍ଟରେ ସୁମିତଙ୍କ ମାଆ ଓ ଜେଜେମା ଦାଖଲ କରିଥିବା ପିଟିସନର ଆଉ କୌଣସି ପ୍ରାସଙ୍ଗିକତା ନଥିବା ଅନୁଭବ କରି ଅଦାଲତ ଉକ୍ତ ପିଟିସନକୁ ଖାରଜ କରିଥିଲେ ବୋଲି ଦୀପକ ପଟ୍ଟନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking