30.1 C
Bhubaneswar
Saturday, May 4, 2024
Homeଓଡିଶାକୋରାନାରେ ଆଖି ବୁଝିଲେ କ୍ରୀଡା ଶିକ୍ଷୟିତ୍ରୀ

କୋରାନାରେ ଆଖି ବୁଝିଲେ କ୍ରୀଡା ଶିକ୍ଷୟିତ୍ରୀ

ଜଗତସିଂହପୁର,:,କୋରନାରେ ଆକ୍ରାନ୍ତ ହୋଇ ଆଖିବୁଝି ଦେଲେ ଜଗତସିଂହପୁର ଜିଲ୍ଲା ନାଲିବର ହାଇସ୍କୁଲରେ କ୍ରୀଡା ଶିକ୍ଷୟତ୍ରୀ କଳ୍ପନା ବେହୁରା  । ତାଙ୍କୁ ୪୦ ବର୍ଷ ହୋଇଥିଲା  । ସେ ୧୬ ତାରିଖରେ ସେ ଭୁବନେଶ୍ୱରରେ ମୃତ୍ଯୁ ବରଣ କରିଛନ୍ତି  । କଳ୍ପନା ଦିଦି ଙ୍କ ମୃତ୍ଯୁ ଖବର ଶୁଣି ନାଲିବର ଅଞ୍ଚଳ ସହିତ ତାଙ୍କ ପିତୃକ ଗାଁ ଜଗତସିଂହପୁର ଜିଲ୍ଲାର ତରସାହି ପଞ୍ଚାୟତ ଓ ତାଙ୍କ ଶଶୁର ଘର ଗାଁ ପୁରୀ ଜିଲ୍ଲାର ପିପିଲ ବ୍ଲକର ପାଟ୍ଟଶାଣିପୁର ରେ ଶୋକର ଛାୟା ଖେଳିଯାଇଛି   । ନାଲିବରରେ ଥିବା ସମୟରେ ସେ ନିଜକୁ ବହୁତ ଦୃବଳ ଅନୁଭବ କରିବାରୁ ଭୁବନେଶ୍ୱର ତାଙ୍କ ପାଇ ଘରକୁ ଆସିଥିଲେ  । ସେଠାରେ ସେ ଡାକ୍ତରଙ୍କ ପରାମର୍ଶରେ  କୋଭିଡ ପରିକ୍ଷା କରାଇଥିଲେ  । ସେଠାରେ ତାଙ୍କର କୋଭିଡ ପଜେଟିଭ ଆସିବାରୁ ସେ ତାଙ୍କ ଭାଇ ଘରେ ହୋମ ଆଇସୋଲେସନରେ ରହିଥିଲେ  । ଘରେ ତାଙ୍କ ଦେହ ଅତ୍ଯନ୍ତ ଗୁରୁତର ହେବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ସମୟରେ ରାସ୍ଥାରେ ତାଙ୍କର ଦୃଦଘାତରେ ମୃତ୍ୟୁ ହୋଇଗଲା  । ତାଙ୍କର ୮ ବର୍ଷର ଏକ ମାତ୍ର ପୁଅ ଅଛି  । ତାଙ୍କ ସ୍ୱାମୀ ପଞ୍ଚାନନ ପ୍ରଧାନ ବିଦ୍ଯୁତ ବିଭାଗରେ ପିପିଲ ବ୍ଲକରେ କାମ କରନ୍ତି  । ନିଜ କାର୍ଯ୍ଯ ଦକ୍ଷତା ଓ ମେଳାପା ପାଇଁ ନାଲିବର ଅଞ୍ଚଳରେ ବହୁତ ଲୋକ ପ୍ରିୟ ଥିଲେ କଳ୍ପନା ଦିଦି  । କଳ୍ପନା ଙ୍କ ମୃତ୍ୟୁ ତାଙ୍କ ପରିବାରରେ ସମସ୍ତଙ୍କୁ ହତୋସ୍ଥାହ କରିଦେଇଛି  ।  (ରିପୋର୍ଟ ପ୍ରତାପ କୁମାର ସିଂହ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking