33.1 C
Bhubaneswar
Thursday, April 25, 2024
Homeଓଡିଶାୟୁଜି/ପିଜି ପାଇଁ ଜୁଲାଇ ଓ ଅଗଷ୍ଟରେ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ

ୟୁଜି/ପିଜି ପାଇଁ ଜୁଲାଇ ଓ ଅଗଷ୍ଟରେ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ

ଭୁବନେଶ୍ୱର : ୟୁଜି/ପିଜି ପରୀକ୍ଷା ନେଇ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଫାଇନାଲ ସେମିଷ୍ଟାର ପରୀକ୍ଷା ଅନ୍‌ଲାଇନ୍‌ରେ ହେବ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ସେମିଷ୍ଟାର ପରୀକ୍ଷା କେବେ ହେବ ସଂପୃକ୍ତ ୟୁନିଭରସିଟି ସ୍ଥିର କରିବେ ବୋଲି ମନ୍ତ୍ରୀ କହିଛନ୍ତି । ୟୁନିଭରସିଟି ବା ଅଟୋନୋମସ କଲେଜ୍ ମଧ୍ୟ ପରୀକ୍ଷା ତାରିଖ ସ୍ଥିର କରିବେ ବୋଲି ସେ କହିଛନ୍ତି । ପିଲାମାନେ ଘରେ ରହି ପରୀକ୍ଷା ଦେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।  ବ୍ୟାକ୍ ପେପର ପାଇଁ ମଧ୍ୟ ଅନଲାଇନ ମୋଡରେ କରାଯିବ ପରୀକ୍ଷା । ବିଶ୍ୱବିଦ୍ୟାଳୟ ଓ ଅଟୋନୋମସ କଲେଜ ପରୀକ୍ଷା ତାରିଖ ସ୍ଥିର କରେିବ । ଯାହାର ଘରେ ସୁବିଧା ନଥିବ ନିକଟ ଡିଗ୍ରୀ କଲେଜ୍‌ରେ ଦେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଜୁଲାଇ ଓ ଅଗଷ୍ଟରେ ହେବ ବୋଲି ଫାଇନାଲ୍ ପରୀକ୍ଷା ସ୍ଥିର କରାଯାଇଛି । ଅଗଷ୍ଟ ଓ ସେପ୍ଟମ୍ବର ମାସ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking