34.1 C
Bhubaneswar
Wednesday, May 1, 2024
Homeଅପରାଧବିଲ୍ଡରଙ୍କୁ ଆକ୍ରମଣ କରିବା ଘଟଣା; ଲେଡି ଡନ ଗିରଫ

ବିଲ୍ଡରଙ୍କୁ ଆକ୍ରମଣ କରିବା ଘଟଣା; ଲେଡି ଡନ ଗିରଫ

ଭୁବନେଶ୍ୱର : କଟକରେ ଧରା ପଡିଲା ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ୍ । ତେବେ ବିଲ୍ଡରଙ୍କୁ ଦାଦାବଟି ମାଗିବା ଆଉ ତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ କମିଶନରେଟ ପୋଲିସ ଆଜି ଲେଡି ଡନ ମାନସୀ ନାୟକଙ୍କୁ ଗିରଫ କରିଛି । ମାନସୀଙ୍କ ସହ ତାର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ମିଳିଥିବା ସୂଚନା ଆନୁଯାୟୀ ମାନସୀଙ୍କ ଘର ଜଗତସିଂହପୁର ଜିଲ୍ଲାରେ ।

କିଛି ଦିନ ତଳେ ମାନସୀ ଜଣେ ବିଲ୍ଡରଙ୍କୁ ଦାଦାବଟି ମାଗିଥିଲେ । ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ । ଏ ନେଇ ବିଲ୍ଡର ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ମାନସୀକୁ ଗିରଫ କରିଛି । ମାନସୀ ହେଉଛି ଗ୍ୟାଙ୍ଗଷ୍ଟର୍ ସକିଲର ଗର୍ଲଫ୍ରେଣ୍ଡ୍ । ମାନସୀ ସକିଲର ସହଯୋଗୀ ହିସାବରେ କାମ କରୁଥିଲା । ମାନସୀ ନାଁରେ ଏକାଧିକ ଅପରାଧିକ ରେକର୍ଡ ରହିଛି । ୨୦୧୪ରେ ଏକ ହତ୍ୟାକାଣ୍ଡ ମାମଲାରେ ମାନସୀକୁ ଜଗତସିଂହପୁରରୁ ଗିରଫ କରାଯାଇଥିଲା । ଗିରଫ ପରେ କୋର୍ଟ ଚାଲାଣ ମଧ୍ୟ କରାଯାଇଥିଲା । ତେବେ ସେ ପୁଣିଥରେ ଦାଦାବଟି ମାଗିବା ଆରମ୍ଭ କରି ଦେଇଥିଲା । ଏହି ମାମଲା ପୋଲିସ ପାଖରେ ପହଞ୍ଚିଥିଲା । ତେବେ ପୋଲିସ ମାନସୀକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking