30.1 C
Bhubaneswar
Friday, April 26, 2024
Homeଓଡିଶାଚାଲି ଚାଲି ଫେରୁଛନ୍ତି ଝାରଖଣ୍ଡ ଓ ବିହାର ଶ୍ରମିକ

ଚାଲି ଚାଲି ଫେରୁଛନ୍ତି ଝାରଖଣ୍ଡ ଓ ବିହାର ଶ୍ରମିକ

ଦେବଗଡ଼ : ସରକାରଙ୍କ ନିକଟରେ ନାମ ପଞ୍ଜୀକରଣ ନହେବା ଏବଂ ସେମାନେ କାର୍ଯ୍ୟକରୁଥିବା ନିର୍ମାଣକାରୀ ସଂସ୍ଥାରୁ ଆଶାଜନକ ସାହାଯ୍ୟ ସହଯୋଗ ନପାଇବାରୁ ଆଜି ୩୦ ଜଣ ଶ୍ରମିକ ଦେବଗଡ଼ ଜିଲ୍ଲାର ବାରକୋଟ ଛାଡି ନିଜ ରାଜ୍ୟ ଝାରଖଣ୍ଡ ଓ ବିହାର ଅଭିମୁଖେ ମୁହାଁଇଛନ୍ତି । ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲାର ବାରକୋଟ ସଦର ମହକୁମାରେ ୪୯ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧିନ ଏକ ପୋଲର ନିର୍ମାଣ କାର୍ଯ୍ୟରେ ଅନ୍ୟ ଶ୍ରମିକମାନଙ୍କ ସହ ଝାଡଖଣ୍ଡ ଏବଂ ବିହାର ରାଜ୍ୟର ବହୁ ଶ୍ରମିକ ନିୟୋଜିତ ଥିଲେ । ମାତ୍ର ଲକଡାଉନ୍ ଯୋଗୁଁ ଦୀର୍ଘଦିନ ଧରି ନିର୍ମଣାକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲେହେଁ ସେମାନେ ନିଜ ରାଜ୍ୟକୁ ଫେରିନପାରି ବାରକୋଟରେ ଅଟକି ରହିଥିଲେ । ଇତିମଧ୍ୟରେ ଲକଡାଉନ୍ କୋହଳ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସେମାନେ ନିଜ ନିଜର ନାମ ସରକାରଙ୍କ ନିକଟରେ ପଞ୍ଜିକୃତ କରିପାରିନଥିଲେ । ଏଥିସହ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥାଠାରୁ ଯେଉଁ ପ୍ରକାର ସାହାଯ୍ୟ ସହଯୋଗ ଆଶା କରୁଥିଲେ ତାହା ମଧ୍ୟ ସେମାନଙ୍କୁ ପ୍ରାପ୍ତ ହୋଇନଥିଲା । ଫଳରେ ନିରାଶ ହୋଇ ସେମାନ ଆଜି ନିଜ ନିଜର ଜିନିଷ ପତ୍ର ମୁଣ୍ଡରେ ବୋହିବା ସହ ଚାଲି ଚାଲି ନିଜ ନିଜର ଭିଟାମାଟିକୁ ଫେରୁଥିବା ଦେଖିବାକୁ ମିଳିଥିଲା । ସେମାନଙ୍କର ଏଭଳି ପରସ୍ଥିତିି ଦେଖି ବହୁ ସହୃଦୟ ବ୍ୟକ୍ତି ସେମାନଙ୍କୁ ବାଟରେ ଅଟକାଇ ପାନୀୟ ଜଳ ଓ ବିସ୍କୁଟ ଆଦି ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking