37.2 C
Bhubaneswar
Friday, April 19, 2024
Homeଓଡିଶାଅସ୍ଥାୟୀ ଶିବିରରୁ ଖସି ପଳାଇଲେ ୭ସୁରଟ ଫେରନ୍ତା

ଅସ୍ଥାୟୀ ଶିବିରରୁ ଖସି ପଳାଇଲେ ୭ସୁରଟ ଫେରନ୍ତା

ନୂଆପଡ଼ା : ଗୁଜରାଟ ସୁରଟର ଏକ କମ୍ପାନୀ ସହାୟତାରେ ନୂଆପଡ଼ା ଜିଲ୍ଲାକୁ ୬୩ ଜଣ ଶ୍ରମିକ ଫେରିଥିଲେ । ଏଥି ମଧ୍ୟରୁ ୫୬ ଜଣଙ୍କୁ ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି । ହେଲେ ଏମାନଙ୍କ ଭିତରେ ଥିବା ପଡ଼ୋଶୀ ଛତିଶଗଡ଼ର ୫ ଜଣ ଏବଂ ବରଗଡ଼ ଜିଲ୍ଲାର ୨ଜଣ ଶ୍ରମିକ ପଳାଇ ଯାଇଛନ୍ତି । ସୁରଟର ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ଏହି ଶ୍ରମିକମାନେ କାମ କରୁଥିଲେ । ଏମାନେ ୨ଟି ଗାଡ଼ି ଯୋଗେ ସେଠାକାର ପ୍ରଶାସନର ଅନୁମତି କ୍ରମେ ଆସି ପହଞ୍ôଚଛନ୍ତି । ଗୋଟିଏ ଗାଡ଼ିରେ ୩୮ ଜଣ ଥିଲାବେଳେ ଅନ୍ୟ ଗାଡ଼ିରେ ୨୫ ଜଣ ଆସିଥିଲେ । ପ୍ରଥମ ଗାଡ଼ିରେ ଥିବା ୩୮ ଜଣଙ୍କ ଭିତରୁ ନୂଆପଡ଼ା ଜିଲ୍ଲାର ୩୧ ଜଣ ଥିଲେ । ଏହି ୩୧ ଜଣଙ୍କୁ ନିଜନିଜ ପଞ୍ଚାୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ହେଲେ ଛତିଶଗଡ଼ର ୫ ଜଣ ଏବଂ ବରଗଡ଼ର ୨ ଜଣଙ୍କୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ନିକଟ ଅସ୍ଥାୟୀ ଶିବିରରେ ରଖାଯାଇଥିଲା । ହେଲେ ରାତି ୮ଟା ବେଳକୁ ସେମାନେ ସେଠାରୁ ପଳାଇଛନ୍ତି । ଖବର ନେବାରେ ଜଣାପଡଛି ଯେ, ଖସି ପଳାଇଥିବା ଏହି ୭ଜଣ ଶ୍ରମିକମାନଙ୍କ ଭଲମନ୍ଦ ବୁଝିବାକୁ କୌଣସି ଅଧିକାରୀ ନଥିଲେ । ଏଣୁ ସେମାନେ ବେସାହାରା ହୋଇ ଚାଲି ଯିବାକୁ ବାଧ୍ୟ ହୋଇଥିଲେ । ଏହା ଉପରେ ନୂଆପଡ଼ା ଶ୍ରମ ବିଭାଗ ସଫେଇ ଦେଇ କହିଛି ଯେ, ଏହା ବ୍ଲକ ପ୍ରଶାସନର ଦାୟିତ୍ୱ । ଅନ୍ୟପକ୍ଷେ ଏହା ଶ୍ରମ ବିଭାର କାମ ବୋଲି କହି ବ୍ଲକ କର୍ତ୍ତୃପକ୍ଷ ଦୋଷ ଲଦିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking