38.1 C
Bhubaneswar
Friday, April 26, 2024
Homeଓଡିଶାଗାଁ’ରେ ପହଂଚିଲା ନାବାଳକ ଦାଦନ ଶ୍ରମିକର ମୃତଦେହ

ଗାଁ’ରେ ପହଂଚିଲା ନାବାଳକ ଦାଦନ ଶ୍ରମିକର ମୃତଦେହ

ନୂଆପଡ଼ା : ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପୁଣି ଶବ ହୋଇ ଫେରିଲା ଜଣେ ଶ୍ରମିକ ତାହା ପୁଣି ଜଣେ ନାବାଳକ । ଘଟଣାଟି ହେଲା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଝାରବନ୍ଧ ପଂଚାୟତ ମାଲପଡାର । ନାବାଳାକ ଦାଦନ ଶ୍ରମିକ ଡିଜେନ୍ଦ୍ର ମାଝୀ ଦାଦନ ଖଟିବା ପାଇଁ ଗୁଜରାଟ ଯାଇଥିଲେ । ଗତ ଶନିବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଁରେ ତା’ର ମୃତଦେହ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଡିଜେନ୍ଦ୍ର ସ୍ଥାନୀୟ ଦାଦନ ସର୍ଦ୍ଦାରଙ୍କଠାରୁ ଅଗ୍ରୀମ ନେଇ ପଡୋଶୀ ସଂପର୍କୀୟଙ୍କ ସହ ଦାଦନ ଖଟିବା ପାଇଁ ୬ମାସ ପୂର୍ବେ ଗୁଜୁରାଟକୁ ଯାଇଥିଲେ । ସେଠାରେ ଏକ ଗୃହନିର୍ମାଣ କମ୍ପାନୀରେ ଦିନ ମଜୁରିଆ ଭାବେ କାମ କରୁଥିଲେ । କାମ କରିବା ବେଳେ ମିକ୍ସଚର ମେସିନରେ ତାର ଦୁଇହାତ କଟିଯିବା ଫଳରେ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା । ସେଠାରେ ଥିବା ସଂପର୍କୀୟମାନେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ରକ୍ତସ୍ରାବ ନକମିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଶରୀରକୁ ସଂପର୍କୀୟମାନେ ଗାଁକୁ ନେଇ ଆସିଥିଲେ । ଗାଁରେ ମୃତ ଦାଦନଙ୍କ ଶବ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏଭଳି ଘଟଣା ସିନାପାଲି ଅଂଚଳରେ ବାରମ୍ବାର ଘଟୁଥିବା ବେଳେ ପ୍ରଶାସନ ଦାଦନ ଚାଲାଣ ଉପରେ ଅଙ୍କୁଶ ଲଗାଇ ପାରୁନଥିବା ପରିତାପର ବିଷୟ । ମୃତକଙ୍କ ପରିବାର ଅତି ଗରିବ ହୋଇଥିବାରୁ ମୃତକ ଡିଜେନ୍ଦ୍ର ଦୁଇପଇସା ରୋଜଗାର କରି ପରିବାର ପୋଷଣରେ ସହଯୋଗ କରୁଥିଲେ । ବର୍ତମାନ ଡିଜେନ୍ଦ୍ରଙ୍କ ମୃତ୍ୟୁରେ ପରିବାର ବେସାହାରା ହୋଇ ପଡିଛି । ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking