38.1 C
Bhubaneswar
Friday, April 26, 2024
Homeଅପରାଧନାବାଳିକାଙ୍କୁ ବିବାହ ପ୍ରତିଶୃତି ଦେଇ ପ୍ରେମିକର ପ୍ରତାରଣା : ପ୍ରେମିକା ଥାନାର ଦ୍ୱାରସ୍ଥ

ନାବାଳିକାଙ୍କୁ ବିବାହ ପ୍ରତିଶୃତି ଦେଇ ପ୍ରେମିକର ପ୍ରତାରଣା : ପ୍ରେମିକା ଥାନାର ଦ୍ୱାରସ୍ଥ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଣ୍ଡାବୁଟୁଲା ଗ୍ରାମର ଅନୀଲ ବିଶ୍ୱାଲ(୨୬) ଗ୍ରାମର ଜଣେ ନାବାଳିକାଙ୍କୁ ଅପହରଣ କରି ବିବାହ ପ୍ରତିଶୃତି ଦେଇ ପରେ ପ୍ରତାରଣା କରିଛି । ଏନେଇ ପୀଡ଼ିତା ଓ ତାଙ୍କ ପରିବାର ବର୍ଗ ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ଅନୁଯାୟୀ, କୁଣ୍ଡାବୁଟୁଲା ଗ୍ରାମର ଅନୀଲ ବିଶ୍ୱାଳ ସେହି ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଥିଲା । ଖାଲି ସେତିକି ନୁହେଁ ତାଙ୍କୁ ମଧ୍ୟ ବିବାହର ପ୍ରତିଶ୍ରୁତି ଦେଇଥିଲା । ହେଲେ ଗତ ୦୮/୦୯/୨୦୧୯ ତାରିଖରେ ଏକ ଅଟୋ ରିକ୍ସାରେ ପୀଡ଼ିତାଙ୍କୁ ବସାଇ ମୁହଁରେ କନା ବାନ୍ଧି ଅପହରଣ କରିନେଇଥିଲା । ପରବର୍ତ୍ତୀ ସମୟରେ ଛତିଶଗଡ଼ ରାଜ୍ୟର ରାୟପୁର ସହରର ଟିକ୍ରାପଡ଼ା ଠାରେ ଥିବା ଏକ ଘରେ ବଳ ପୂର୍ବକ ପଣବନ୍ଦୀ କରି ରଖିବାସହ ଶାରୀରିକ ସମ୍ପର୍କ ରଖିଥିଲା । ପରେ ନାବାଳିକା ଜଣକ କୌଣସି ମତେ ସେଠାରୁ ଖସି ଆସି ଘରେ ପହଞ୍ଚ ସମସ୍ତ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲା । ପରେ ପରିବାର ଲୋକଙ୍କ ସହ ପୀଡ଼ିତା ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏ ନେଇ ବଙ୍ଗୋମୁଣ୍ଡା ପୁଲିସ୍ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କମ୍ ଦିନ ଭିତରେ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking