34.1 C
Bhubaneswar
Friday, March 29, 2024
Homeଅପରାଧଫାଶୀରୁ ବର୍ତ୍ତିବାକୁ ନିର୍ଭୟା ଦୋଷୀ ବିନୟର ନୂଆ ଚାଲ

ଫାଶୀରୁ ବର୍ତ୍ତିବାକୁ ନିର୍ଭୟା ଦୋଷୀ ବିନୟର ନୂଆ ଚାଲ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ଦୋଷୀମାନେ ଫାଶୀରୁ ବର୍ତ୍ତିବା ଲାଗି ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ଆସନ୍ତା ମାର୍ଚ୍ଚ ୩ ତାରିଖରେ ଦୋଷୀମାନଙ୍କୁ ସମୁହ ଫାଶୀ ଦେବା ଲାଗି କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ଏହା ପୂର୍ବରୁ ଦୋଷୀ ବିନୟ ଶର୍ମା ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିବାବେଳେ ଗୁରୁବାର ତା’ର ଓକିଲ ଆଉ ଏକ ନୂଆ କୌଶଳ ଆପଣାଇଛନ୍ତି। ଫାଶୀକୁ ପୁଣି ବିଳମ୍ବିତ କରିବା ଉଦ୍ଦେଶ୍ୟରେ ବିନୟ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ପାଖରେ ପିଟିଶନ ଦାଖଲ କରାଯାଇଛି। ଦୋଷୀ ବିନୟ କୁମାର ଶର୍ମାର ଓକିଲ ଏପି ସିଂହ ଦିଲ୍ଲୀର ଏକ ଅଦାଲତରେ ଆବେଦନ କରି କହିଛନ୍ତି ଯେ ବିନୟ ଶର୍ମା ଏବେ ନିଜର ମାନସିକ ଭାରସାମ୍ୟ ହରାଇ ‘ସିଜୋଫ୍ରନିଆ’ ନାମକ ଏକ ମାନସିକ ରୋଗର ଶିକାର ହୋଇଛି। ଏପରିକି ସେ ତା’ ନିଜ ମା’କୁ ଚିହ୍ନିବାକୁ ସୁଦ୍ଧା ଅସମର୍ଥ। ତେଣୁ, ଏପରିସ୍ଥିତିରେ ତା’ ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ ରଖାଯାଉ ବୋଲି ସେ ଅଦାଲତଙ୍କୁ କହିଛନ୍ତି।
https://onakhabar.com/2020/02/20/si-suspended-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking