42.1 C
Bhubaneswar
Saturday, April 27, 2024
Homeଓଡିଶାକୋଟିଆରେ ନୂଆ ବିବାଦ: କୋଟିଆବାସୀଙ୍କୁ ଶିକ୍ଷା ପ୍ରଲୋଭନ ଦେଖାଉଛି ଆନ୍ଧ୍ର

କୋଟିଆରେ ନୂଆ ବିବାଦ: କୋଟିଆବାସୀଙ୍କୁ ଶିକ୍ଷା ପ୍ରଲୋଭନ ଦେଖାଉଛି ଆନ୍ଧ୍ର

କୋଟିଆ: କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ଏବେ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଶିକ୍ଷାରେ ସଂରକ୍ଷଣକୁ ନେଇ ଦେଖାଦେଇଛି ବିବାଦ । କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ର ବିଦ୍ୟାଳୟରେ ସ୍ଥାନ ସଂରକ୍ଷଣ ଦାବି କରିଛନ୍ତି ଗଞ୍ଜେଇପଦରରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ବାଚିତ ସରପଞ୍ଚ । ଏନେଇ ଆନ୍ଧ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ସରପଞ୍ଚ । ସାଲୁର ନିକଟ ପି-କୋନାବାଲାସା ଠାରେ ଥିବା ଆନ୍ଧ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ କୋଟିଆ ଅଞ୍ଚଳର ସମସ୍ତ ଗ୍ରାମର ଝିଅଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ସେ ଦାବି କରିଛନ୍ତି । ପୂର୍ବରୁ କୋଟିଆରେ ଆନ୍ଧ୍ର ସରକାର ବିଭିନ୍ନ ଯୋଜନାର ଲୋଭ ଦେଖାଇ ପ୍ରଲୋଭିତ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏବେ ଶିକ୍ଷାକୁ ନେଇ ପ୍ରଲୋଭିତ କରିବାକୁ ଆରମ୍ଭ ହୋଇଛି ନୂଆ ଯୋଜନା । ତେବେ ଆଜି କୋଟିଆ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ କକ୍ଷରେ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ଓ ପଟ୍ଟାଙ୍ଗି ବିଡ଼ିଓଙ୍କ ମଧ୍ୟରେ ରୁଦ୍ଧ ଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ଶିକ୍ଷା ସଂପର୍କରେ ଆଦିବାସୀ ସମାଜ ସଂପାଦକ କହିଛନ୍ତି କୋଟିଆରେ କୁଇ ଭାଷା ଭିତ୍ତିକ ଶିକ୍ଷକ ନିୟୋଜିତ କରିବା ଆବଶ୍ୟକତା ରହିଛି । ଗତ ସପ୍ତାହରେ ପଟ୍ଟାଙ୍ଗି ବିଧାୟ ଆନ୍ଧ୍ରର କାର୍ଯ୍ୟ କଳାପକୁ ନେଇ ଉତ୍ତେଜିତ ହୋଇଉଠିଥିଲେ । ସେ କହିଥିଲେ ‘କୋଟିଆ ଭିତରେ ପଶିଲେ ପିଟିବୁ’ । ଆନ୍ଧ୍ର ଯଦି ଓଡ଼ିଶା ଭିତରେ ପଶି କୋଟିଆ ଉପରେ ନଜର ପକାଏ ତେବେ ସେମାନଙ୍କୁ ଉଚିତ୍ ସାସ୍ତି ସହ ପିଟିବେ ବୋଲି ଧମକ ଦେଇଥିଲେ ବିଧାୟକ । କାରଣ ଆନ୍ଧ୍ର ପ୍ରଦେଶର ଏକ ରାଜନୈତିକ ଦଳର କର୍ମୀମାନେ କୋଟିଆ ଭିତରେ ପଶିଥିଲେ । ଆଉ ଏଥିପାଇଁ ସେ ଉତ୍‌କ୍ଷିପ୍ତ ହୋଇ ପିଟିବେ ବୋଲି କହିଥିଲେ । ସେ ସିଧାସଳଖ ଚେତାବନୀ ଦେଇଥିଲେ ଯେ, ଆନ୍ଧ୍ର ପ୍ରଦେଶର ସରକାରୀ କର୍ମଚାରୀ ହୁଅନ୍ତୁ ବା ରାଜନେତା ଯିଏ ବି ଓଡ଼ିଶା ଆସି କୋଟିଆ ଉପରେ ନଜର ପକାଇବ ତାକୁ ପିଟିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking