34.1 C
Bhubaneswar
Thursday, March 28, 2024
Homeଅପରାଧଢାବା ମାଲିକାଣୀକୁ ହତ୍ୟା : ଜ୍ୱାଇଁ, ବଡ଼ ଭାଇ ସହ ଦୁଇ ଅଭିଯୁକ୍ତ ଗିରଫ

ଢାବା ମାଲିକାଣୀକୁ ହତ୍ୟା : ଜ୍ୱାଇଁ, ବଡ଼ ଭାଇ ସହ ଦୁଇ ଅଭିଯୁକ୍ତ ଗିରଫ

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ସ୍ଥିତ ଆପନା ଢ଼ାବା ମାଲିକାଣି ବାସନ୍ତୀ ମେହେର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ପାରିବାରିକ ବିବାଦକୁ ନେଇ ଢାବା ମାଲିକାଣିଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ମହିଳାଙ୍କ ଜ୍ୱାଇଁ ଏବଂ ତାଙ୍କ ବଡ଼ ଭାଇ ସହ ଦୁଇ ଜଣ ସାର୍ପସୁଟର ସାମିଲ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଆଜି ଖଡ଼ିଆଳ ଥାନା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଏସ୍‌ପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ମାସେ ତଳେ ବାସନ୍ତୀଙ୍କୁ ହତ୍ୟା କରିବା ନେଇ ତାଙ୍କ ଜ୍ୱାଇଁ ଏବଂ ତାଙ୍କ ବଡ଼ ଭାଇ ମିଳିତ ଯୋଜନା କରିଥିଲେ । ସେମାନେ ବୁର୍ଲା ଅଞ୍ଚଳର ଦୁଇଜଣ ସାର୍ପସୁଟରଙ୍କ ସହ ୬ ଲକ୍ଷ ଟଙ୍କାରେ ଚୁକ୍ତି କରିଥିବାବେଳେ ହତ୍ୟାକାଣ୍ଡ ପୂର୍ବରୁ ୨ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ । ହତ୍ୟା ପରେ ବକେୟା ୪ ଲକ୍ଷ ଟଙ୍କା ଦେବାକୁ ଡିଲ୍ ହୋଇଥିଲା । ଗତ ଜୁଲାଇ ୩୧ ତାରିଖ ରାତିରେ ଯୋଜନା ମୁତାବକ ଦୁଇ ସୁଟର ବାଇକରେ ଏକ ଦେଶୀ ବନ୍ଧୁକ ଧରି ଡୁଆଝର ଆପନା ଢ଼ାବାରେ ଖାଦ୍ୟ ମାଗିବାକୁ ଯାଇଥିଲେ ।
ହେଲେ ଖାଦ୍ୟ ନଦେବାରୁ ଢାବା ସମ୍ମୁଖରେ ମାଲିକାଣୀଙ୍କୁ ଗୁଳି ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖଡ଼ିଆଳ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ନଗଦ ୯୦ ହଜାର ଟଙ୍କା, ୪ଟି ମୋବାଇଲ, ଦୁଇଟି ବାଇକ ଜବତ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ଏସଡିପିଓ ସନ୍ତକ ଜେନା, ଆଇଆଇସି କୈଳାଶ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସେଭଳି ଅଭିଯୁକ୍ତ ମାନେ ଦେଶୀ ବନ୍ଧୁକ କେଉଁଠାରୁ ଆଣିଲେ କିଏ ତିଆରି କରୁଛି ତାହା ଠାବ କରିବା ପାଇଁ ମଧ୍ୟ ଖଡ଼ିଆଳ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଏହି ହତ୍ୟାକାଣ୍ଡ ପଛରେ ଅପରାଧୀମାନେ ରହିଥିବାବେଳେ ସମ୍ପୃକ୍ତ ୪ ଜଣ ଅପରାଧୀଙ୍କ ନାମ ସମ୍ବାଦିକ ସମ୍ମିଳନୀରେ ଘୋଷଣା କରଗଲା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking