34.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶବିଚ୍ଛେଦ ହେଲେ ଚର୍ଚ୍ଚିତ ଆଇଏଏସ୍ ଯୋଡି

ବିଚ୍ଛେଦ ହେଲେ ଚର୍ଚ୍ଚିତ ଆଇଏଏସ୍ ଯୋଡି

ନୂଆଦିଲ୍ଲୀ : ଛାଡପତ୍ର ହୋଇଛି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଟିନା ଡାବି ଓ ଅଥର ଆମୀର ଖାନ୍‌ଙ୍କ । ୨୦୧୮ରେ ଏମାନଙ୍କ ହୋଇଥିଲା ଚର୍ଚ୍ଚିତ ବିବାହ । ବିବାହ ଭୋଜିରେ ବରିଷ୍ଠ ରାଜନେତାମାନେ ଯୋଗ ଦେଇଥିଲେ । ଜୟପୁରର ଏକ ପରିବାର କୋର୍ଟ ସେମାନଙ୍କ ଛାଡପତ୍ର ଅନୁରୋଧକୁ ମଞ୍ଜୁର କରିଛନ୍ତି । ୨୦୧୫ରେ ସିଭିଲ୍ ସର୍ଭିସ୍ ପାଇଁ ଟିନା ଡାବି ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି) ପରୀକ୍ଷାରେ ଶୀର୍ଷରେ ରହିଥିଲେ । ସେହି ବର୍ଷ ଅଥର ଖାନ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେମାନଙ୍କର ରୋମାନ୍ସ ଏବଂ ବିବାହକୁ ଦେଖିଲେ ଜଣାପଡେ ସତେଯେପରି ଏକ ଚଳଚ୍ଚିତ୍ର ସ୍କ୍ରିପ୍ଟ୍ । ଦୁହେଁ ନଭେମ୍ବରରେ ପରିବାର କୋର୍ଟରେ ପାରସ୍ପରିକ ସମ୍ମତି ଦେଇ ଛାଡପତ୍ର ପାଇଁ ଆବେଦନ କରିଥିଲେ । ଟିନା ଦାବି ଏବଂ ଅଥର ଖାନ ରାଜସ୍ଥାନ କ୍ୟାଡରର ଅଧିକାରୀ ଏବଂ ଉଭୟଙ୍କୁ ଜୟପୁରରେ ପୋଷ୍ଟିଂ କରାଯାଇଥିଲା । ଅଥର ଖାନ ବର୍ତ୍ତମାନ ଜମ୍ମୁ କଶ୍ମୀର ସରକାରଙ୍କ ସହ ଡେପୁଟେସନରେ ଅଛନ୍ତି ଏବଂ ତାଙ୍କୁ ଶ୍ରୀନଗରରେ ପୋଷ୍ଟିଂ କରାଯାଇଛି । ଦିଲ୍ଲୀର ଲେଡି ଶ୍ରୀରାମ ମହାବିଦ୍ୟାଳୟରୁ ସ୍ନାତକୋତ୍ତର ପରେ ଟିନା ଡାବି ସମ୍ମାନଜନକ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ପ୍ରଥମ ଦଳିତ ଭାବେ ଟପ୍ ରାଙ୍କ୍ ପାଇବା ପରେ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ତେବେ ତାଲିମ ସମୟରେ ସେ କାଶ୍ମୀରର ଅନନ୍ତନାଗରୁ ଆସିଥିବା ଅଥାର ଖାନଙ୍କୁ ଭେଟିଥିଲେ । ଦୁହେଁ ଏପ୍ରିଲ ୨୦୧୮ରେ ଦିଲ୍ଲୀରେ ବିବାହ କରିଥିଲେ । ସେମାନଙ୍କର ବିବାହ ଭୋଜିରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, କେନ୍ଦ୍ରମନ୍ତ୍ରୀ ଏବଂ ପରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଯୋଗ ଦେଇଥିଲେ । ସେତେବେଳେ ଆନ୍ତଃ ଧର୍ମ ବିବାହକୁ ନେଇ ସୋସିଆଲ୍ ମିଡିଆରେ ଝଡ ଉଠିଥିଲା । ଦେଶ ସାମ୍ପ୍ରଦାୟିକ ମତଭେଦ ଏବଂ ‘ଲଭ୍ ଜିହାଦ୍‌’ ଉପରେ ବିତର୍କର ସାମ୍ନା କରିଥିଲା । କୁହାଯାଇଥିଲା ଯେ ମୁସଲିମ ପୁରୁଷଙ୍କ ଦ୍ୱାରା ଷଡଯନ୍ତ୍ର କରାଯାଇ ହିନ୍ଦୁ ମହିଳାଙ୍କୁ ବିବାହ କରି ସେମାନଙ୍କ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଛି ବୋଲି । କିନ୍ତୁ ଶ୍ରୀମତୀ ଦାବି କହିଥିଲେ ଯେ ସେ ଏହି ବିଦ୍ରୋହ ଦ୍ୱାରା ପ୍ରଭାବିତ ହୋଇ ନାହାଁନ୍ତି, ତାଙ୍କ ବିବାହ ଧାର୍ମିକ ବିଭେଦଠାରୁ ଉପରେ ଥିଲା ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking