33.1 C
Bhubaneswar
Monday, May 20, 2024
Homeଓଡିଶାଏସ୍‌ସିବି ଆଇସିୟୁରୁ କୋଭିଡ୍ ରୋଗୀ ଗାଏବ

ଏସ୍‌ସିବି ଆଇସିୟୁରୁ କୋଭିଡ୍ ରୋଗୀ ଗାଏବ

କଟକ : ଗୋଟିଏ ସପ୍ତାହ ମଧ୍ୟରେ ଏସ୍‌ସିବି ମେଡକାଲ କଲେଜ ଓ ହସ୍ପିଟାଲ୍‌ରେ ଗୋଟିଏପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି । ଇତିମଧ୍ୟରେ ଜଣେ ବୟସ୍କ କୋଭିଡ୍ ରୋଗୀଙ୍କ ହସ୍ପିଟାଲ୍‌ର ବାଥରୁମ୍‌ରେ ପଡ଼ି ମୃତ୍ୟୁ ହୋଇଥିଲାବେଳେ ଆଉଜଣେ ହସ୍ପଟାଲ୍‌ରୁ ୪ମହଲା ଝରକାରୁ ପଡ଼ି ମୃତ୍ୟୁ ହୋଇଥିଲା । ତେବେ ଆଜି ଜଣେ ରୋଗୀ ଏସ୍‌ସିବି ଆଇସିୟୁରୁ କେଉଁଆଡ଼େ ଗାଏବ ହୋଇଯାଇଛନ୍ତି । ରୋଗୀଙ୍କ ଅନ୍ତର୍ଦ୍ଧନ ସଂକ୍ରାନ୍ତରେ ପରିବାର ଲୋକ ପରିବାର ଲୋକେ ପଚାରିବାରୁ ମେଡିକାଲ କର୍ତ୍ତୃପକ୍ଷ ସଠିକ୍ ଉତ୍ତର ଦେଇ ପାରୁନଥିବା ବେଳେ ଏହାକୁ ନେଇ ନାନା ପ୍ରକାର ଚର୍ଚ୍ଚ ଚାଲିଛି । ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ଗୁରୁତର ରୋଗୀ କିପରି ମେଡିକାଲ କର୍ମଚାରୀଙ୍କ ଅଗୋଚରରେ ବାହାରକୁ ଯିବାକୁ ସକ୍ଷମ ହେଲା ତାକୁ ପରିବାରଲୋକ ସହଜେ ବିଶ୍ୱାସ କରିପାରୁ ନାହାନ୍ତି । ରୋଗୀ ଜଣଙ୍କ ସତରେ ଗାଏବ ହୋଇଛନ୍ତି ନା ପଛରେ ଆଉ କିଛି ଅଘଟଣ ଘଟିଛି ତାକୁ ନେଇ ଏବେ ପରିବାର ଲୋକେ ସନ୍ଦିହାନ ହୋଇପଡ଼ିଛନ୍ତିୀ ।

ସୂଚନା ଅନୁଯାୟୀ, ମାହାଙ୍ଗା ଅଞ୍ଚଳ ବିଶ୍ୱନାଥ ସ୍ୱାଇଁ (୫୮) କୋଭିଡ଼ରେ ଆକ୍ରାନ୍ତ ହୋଇ ଗତ ଗୁରୁବାର ଏସସିବିରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତକାଲି ରାତି ୩ଟାରୁ ସେ କେଉଁଆଡ଼େ ଚାଲି ଯାଇଛନ୍ତି । ପରିବାର ଲୋକେ ତାଙ୍କ ବିଷୟରେ ଖବର ନେବାରୁ ସେ କେଉଁଆଡ଼େ ଚାଲି ଯାଇଥିବା କୋଭିଡ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା । ଏହାକୁ ପରିବାର ଲୋକ ସହଜେ ଗ୍ରହଣ କରି ପାରି ନ ଥିଲେ । କୋଭିଡ ହସ୍ପିଟାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଜଣେ ଆଇସିୟୁ ପେସେଣ୍ଟ କିପରି ଅନ୍ତର୍ଦ୍ଧାନ ହୋଇଗଲେ ବୋଲି ପ୍ରଶ୍ନ ହୋଇଛି । ଏନେଇ ରୋଗୀଙ୍କ ପରିବାର ଲୋକ କଟକ ମେଡିକାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ବିଶ୍ୱନାଥଙ୍କ ସ୍ତ୍ରୀ ସରସ୍ୱତୀ ସ୍ୱାଇଁ ମଙ୍ଗଳାବାଗ ଥାନାରେ ଏକ ଏତଲା ଦାଏର କରିଛନ୍ତି । ରିପୋର୍ଟ ପ୍ରସ୍ତୁତ ହେଲା ବେଳେକୁ ରୋଗୀଙ୍କର କୌଣସି ପତ୍ତା ମିଳିପାରିନାହିଁ । ଏସସିବିକୋଭିଡ ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷା ନେଇ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ସପ୍ତାହକ ମଧ୍ୟରେ କୋଭିଡ ହସ୍ପିଟାଲରେ ଦୁଇ ରୋଗୀଙ୍କ ସନ୍ଦେହ ଜନକ ମୃତ୍ୟୁ ହେଲାଣି । ଜଣେ ରୋଗୀ ବାଥ୍‌ରୁମ୍‌ରେ ପଡ଼ି ଓ ଜଣେ ଅନ୍ୟ ଜଣେ ୪ ମହଲା ଝରକାରୁ ତଳକୁ ଖସି ଆଖି ବୁଜିଛନ୍ତି । ବର୍ତ୍ତମାନ ଆଇସିୟୁରୁ ଜଣେ ରୋଗୀ ଗାଏବ ହୋଇଯାଇଛନ୍ତି । ରୋଗୀ ଜଣଙ୍କ ଜୀବିତ ଅଛନ୍ତି ନା ନାହିଁ ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି଼ । ରୋଗୀଙ୍କ ସମ୍ପର୍କୀୟଙ୍କୁ ହସ୍ପଟାଲ୍ ଭିତରକୁ ଯିବାକୁ ଅନୁମତି ମିଳୁ ନ ଥିବା ବେଳେ ମେଡିକାଲ କର୍ମଚାରୀଙ୍କ ହାତରେ ନିଜ ଆତ୍ମୀୟଙ୍କୁ ଟେକି ଦେବାକୁ ଏବେ ଆଉ ସୁରକ୍ଷିତ ମଣୁ ନାହାନ୍ତି ସାଧାରଣ ଲୋକ । ରୋଗୀ ଭଲ ହୋଇ ଆସୁଥିବା ବେଳେ ହଠାତ୍ ସେମାନଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ କୁହାଯାଉଛି । ଏଣୁ ବିଶ୍ୱନାଥଙ୍କ କ୍ଷେତ୍ରରେ କ’ଣ ହେବ ଏହାକୁ ନେଇ ନାନା ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking