30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଲୁଗା ସଫା କରୁଥିବା ବେଳେ ଗୋଡ ଖସି ପାତାଳି ନଦୀରେ ବୁଡ଼ି ନାବାଳିକା ର ମୃତ୍ୟୁ

ଲୁଗା ସଫା କରୁଥିବା ବେଳେ ଗୋଡ ଖସି ପାତାଳି ନଦୀରେ ବୁଡ଼ି ନାବାଳିକା ର ମୃତ୍ୟୁ

କୋରାପୁଟ : କୋରାପୁଟ ଜିଲ୍ଲାର ପାଡ଼ୁଆ ଥାନା ଅଧିନସ୍ଥ କୁଲାରସିଙ୍ଗ ଗ୍ରାମ ପଞ୍ଚାୟତ ର ଝୋଡା ପୁଟ ଗ୍ରାମର ଜଗନ୍ନାଥ ଖରା ଙ୍କ ଝିଅ ନମିତା ଖରା ପାତାଳି ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ପାଡୁଆଥାନା ଅନ୍ତର୍ଗତ ଝଡ଼ା ପୁଟ ଗ୍ରାମର ଜଗନ୍ନାଥ ଖରା ଙ୍କ ଦୁଇ ଝିଅ ଗ୍ରାମ ନିକଟସ୍ଥ ପାତାଳି ନଦୀରେ ଲୁଗାପଟା ସଫା କରିବାକୁ ଯାଇଥିଲେ । ମୃତ ନମିତା ଓ ସାନ ଭଉଣୀ ଅର୍ଚ୍ଚିତା ଦୁହେଁ ଅଳ୍ପ ଅଳ୍ପ ଦୁର ରେ ବସି ଲୁଗା ସଫା କରୁଥିଲେ। ନମିତା ଖରା ର ଗଡ଼ ଖସି ଯିବାରୁ ଗଭୀର ପାଣି ରେ ବୁଡ଼ି ଯାଉ ଥିବା ଦେଖି ସାନ ଭଉଣୀ ଅର୍ଚ୍ଚିତା ଦଉଡ଼ି ଯାଇ ପରିବାର ଓ ଗ୍ରାମବାସୀ ଙ୍କୁ ଜଣାଇଥିଲେ। ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଗଭୀର ପାଣି ରେ ବୁଡ଼ି ଯାଇ ଥିଲେ । ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ଠାବ କରିବାରେ ବିଫଳ ହୋଇ । କୁଲାର ସିଙ୍ଗ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ତଥା ସମାଜସେବୀ ଅନ୍ତର୍ଜାମିଗୁଣ୍ଠା ଙ୍କ ସହାୟତା ରେ ମୃତ ନାବାଳିକା ର ପିତା ଜଗନ୍ନାଥ ଖରା ପାଡୁଆଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ କୁ ଭିତି କରି ପାଡୁଆଥାନା ଏ.ଏସ. ଆଇ ଶୁକୁରା ମାଡ଼ି ଓ ଅଗ୍ନି ଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବହୁ ଖଝା ଖଝି କରି ରାତି ପ୍ରାୟ ୯ଘଣ୍ଟା୧୦ମିନିଟ ସମୟରେ ଉଧାର କରିଥିଲେ । ଶବଟିକୁ ଜବତ କରିଥିବା ବେଳେ ରାତି ହୋଇ ଯିବାରୁ ଆଜି ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ଜଣାପଡିଛି । ଏନେଇ ପାଡୁଆ ଥାନାରେ ଅପ ମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking