26.1 C
Bhubaneswar
Wednesday, May 8, 2024
Homeକ୍ରିକେଟ୍ ବିଶ୍ୱକପ୍‌-୨୦୨୩ବିଶ୍ୱକପକୁ ନେଇ ଅଶ୍ୱିନୀଙ୍କ ବଡ ଭବିଷ୍ୟବାଣୀ ଜାଣନ୍ତୁ କଣ କହିଲେ

ବିଶ୍ୱକପକୁ ନେଇ ଅଶ୍ୱିନୀଙ୍କ ବଡ ଭବିଷ୍ୟବାଣୀ ଜାଣନ୍ତୁ କଣ କହିଲେ

ବ୍ୟୁରୋ : ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆସନ୍ତା ଅକ୍ଟୋବର ୫ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ, ଏହାକୁ ନେଇ ବଡ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ଆର ଅଶ୍ୱିନୀ । ବିଶ୍ୱକପକୁ ନେଇ ଅଶ୍ୱିନୀ ଭବିଷ୍ୟବାଣୀ କରିବା ସହିତ ଗୋଟିଏ ବିଦେଶୀ ଟିମ୍ ଏଥର ବିଶ୍ୱକପ୍ ଜିତିବାକୁ ପ୍ରବଳ ଦାବିଦାର ବୋଲି ଅଶ୍ୱିନୀ କହିଛନ୍ତି ।

ରବିଚନ୍ଦ୍ରନ ଅଶ୍ୱିନୀ କହିଛନ୍ତି, ୨୦୨୩ ବିଶ୍ୱକପ୍ ଜିତିବାକୁ ଅଷ୍ଟ୍ରେଲିଆ ଟିମ୍ ପ୍ରବଳ ଦାବିଦାର ଅଟେ । ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏହି କଥା କହିବା ସହିତ, ଅଶ୍ୱିନୀ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତେ କହୁଛନ୍ତି ଭାରତୀୟ ଟିମ୍ ଏଥର ବିଶ୍ୱକପ୍ ଜିତିବାକୁ ପ୍ରବଳ ଦାବିଦାର ଅଟେ । ହେଲେ ଏପରି କହି ସେମାନେ ନିଜ ଉପରେ ଚାପ ହଟାଉଥିବାବେଳେ, ଖେଳାଳିଙ୍କ ଉପରେ ଚାପ ବଢାଉଛନ୍ତି । ଟିମ୍ ଇଣ୍ଡିଆ ଏଥର ବିଶ୍ୱକପ୍ ଦାବିଦାର ହେଇପାରେ । କିନ୍ତୁ ଅଷ୍ଟ୍ରେଲିଆ ଟିମ୍ ପାୱାର ହାଉସ୍ ବୋଲି କହିଛନ୍ତି ଆର. ଅଶ୍ୱିନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking