30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶସଂସଦରେ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ ଏହା ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ...

ସଂସଦରେ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ ଏହା ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ନୁହେଁ ବରଂ ଅହଂକାରୀ ମେଣ୍ଟ

ବ୍ୟୁରୋ : ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତି ଦାବି କରି ବିରୋଧୀମାନେ ଅଡି ବସିଥିବା ବେଳେ ଆଜି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବିବୃତି ରଖିଛନ୍ତି । ଏହି କ୍ରମରେ ସେ ବିରୋଧୀଙ୍କ ମଣିପୁର ପ୍ରସଙ୍ଗକୁ ପଛରେ ପକାଇ ଆଗ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଆକ୍ଷେପ କରି ଏହାକୁ ଏକ ଅହଂକାରୀଙ୍କ ମେଣ୍ଟ ବୋଲି କହିଛନ୍ତି । ଏହାସହ ଏହି ମେଣ୍ଟକୁ ଏକ ବାହାଘର ବୋଲି ତୁଳନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବାହାଘରରେ ସମସ୍ତେ ବର ହେବାକୁ ଚେଷ୍ଟା କରୁଛନ୍ତି । ମେଣ୍ଟରେ ଥିବା ସମସ୍ତ ନେତା ପ୍ରଧାନମନ୍ତ୍ରୀ ହେବାକୁ ଚେଷ୍ଟା ଚଳାଇଛନ୍ତି । ଏହି ମେଣ୍ଟ ଏପର୍ଯ୍ୟନ୍ତ କେଉଁ ରାଜ୍ୟରେ କାହା ସହ ମେଣ୍ଟ କରିବ ତାହା ଚିନ୍ତା କରିନାହିଁ ବୋଲି କଟାକ୍ଷ କରିଛନ୍ତି । ପଶ୍ଚିମବଙ୍ଗ, ଦିଲ୍ଲୀ ଭଳି ରାଜ୍ୟର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ କଂଗ୍ରେସର ନିର୍ବାଚନୀ ଚିହ୍ନକୁ ନେଇ ମଧ୍ୟ ମୋଦୀ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି ପ୍ରଥମେ କଂଗ୍ରେସର ନିର୍ବାଚନ ଚିହ୍ନ ଗାଈ ଓ ବାଛୁରୀ ଥିବା ବେଳେ ଏହା ପରବର୍ତ୍ତୀ ସମୟରେ ହାତ ଚିହ୍ନକୁ ବଦଳିଯାଇଛି । ଏଥିରୁ କଂଗ୍ରେସର ଚରିତ୍ର ସମ୍ପୂର୍ଣ୍ଣ ଭାବେ ବାରି ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking