26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଏମିତି ଏକ ଦେଶ ଯାହା ପାଖରେ ନା ଅଛି ବାୟୁ ସେନା ନା ଅଛି ନୌସେନା,...

ଏମିତି ଏକ ଦେଶ ଯାହା ପାଖରେ ନା ଅଛି ବାୟୁ ସେନା ନା ଅଛି ନୌସେନା, ଏମିତି ହୁଏ ସୀମା ସୁରକ୍ଷା

ନୂଆଦିଲ୍ଲୀ: ହିମାଳୟରେ ଅବସ୍ଥିତ ଦକ୍ଷିଣ ଏସିଆର ଏକ ଛୋଟ ଦେଶ ଭୂଟାନ । ହେଲେ ଏହା ମହତ୍ୱପୂର୍ଣ୍ଣ ଦେଶ । ଭୂଟାନରେ ଚାରିଆଡେ କେବଳ ପାହାଡ ହିଁ ପାହାଡ । ଏହାର ପୃଷ୍ଠଭୂମି ସବୁଠାରୁ ଦୁର୍ଗମ । ଭୂଟାନର ସ୍ଥାନୀୟ ନାମ ହେଉଛି ଡ୍ରୁକ ୟୁଲ । ଯାହାର ଅର୍ଥ ଡ୍ରାଗନର ଦେଶ । ଆପଣଙ୍କୁ କହିରଖୁଛୁ ଭୁଟାନର ସ୍ୱତନ୍ତ୍ରତା ଶତାବ୍ଦୀ ଧରି  ଚାଲି ଆସୁଛି । ଏହା ନିଜ ଇତିହାସରେ କେବେ ବି ଉପନିବେଶିତ ହୋଇନାହିଁ । ଭୂଟାନରେ ନୌସେନା ନହେବାର କାରଣ ହେଲା ତିବତ ଓ ଭାରତ ମଧ୍ୟରେ ଥିବା ଲ୍ୟାଣ୍ଡଲକ ଅର୍ଥାତ ଆବଦ୍ଧ ଦେଶ । ସେହିଭଳି ବାୟୁସେନା କ୍ଷେତ୍ରରେ ଭାରତ ଭୁଟାନର ସାହାଯ୍ୟ ମଧ୍ୟ କରିଥାଏ । ସେହି ଦେଶରେ ଆର୍ମି ଅଛି, ଯାହାକୁ ରୟାଲ ଭୂଟାନ ଆର୍ମି କୁହାଯାଏ । ଏହା ରୟାଲ ବଡିଗାର୍ଡସ ଓ ରୟାଲ ଭୂଟାନ ପୁଲିସର ସଂଯୁକ୍ତ ନାମ । ଭାରତୀୟ ସେନା ହିଁ ଏମାନଙ୍କୁ ପ୍ରଶିକ୍ଷଣ ଦେଇଥାଏ । ଭୂଟାନରେ ଗଙ୍ଗଖାର ପୁନସୁମ ନାମକ ଏକ ପାହାଡ ରହିଛି, ଯାହା ସେଠିକାର ସବୁଠୁ ଉଚ୍ଚ ପାହାଡ ବୋଲି କୁହାଯାଏ । ବାସ୍ତବରେ ଭୂଟାନ ସରକାର ଏହି ପାହାଡ ଉପରେ କାହାକୁ ଚଢିବାକୁ ହିଁ ଦିଅନ୍ତିନି । ଏହାପଛରେ କାରଣ ହେଲା ଯେ, ଭୂଟାନ ଲୋକେ ପାହାଡକୁ ଭଗବାନଙ୍କ ରୂପରେ ପୂଜା କରନ୍ତି । ଏମିତିରେ ଗଙ୍ଗଖାର ପୁନସୁମ ବି ସେମାନଙ୍କ ପାଇଁ ଏକ ପବିତ୍ର ସ୍ଥଳ । ୧୯୯୪ ମସିହାରେ ଭୂଟାନ ସରକାର ପାହାଡ ଉପରେ ଚଢିବାକୁ ନେଇ ଏକ ଆଇନ ବି ପାସ କରିଥିଲେ । ଯାହା ଅନୁସାରେ, ୨୦ ହଜାର ଫୁଟ ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ପାହାଡ ଉପରେ ପର୍ଯ୍ୟଟକଙ୍କୁ ଚଢିବାର  ଅନୁମତି ମିଳିବ । ଭୂଟାନରେ ତମ୍ବାଖୁ ସଂପୂର୍ଣ୍ଣ ଭାବରେ ବନ୍ଦ । ୨୦୦୪ରେ ଏହା ଉପରେ ସମଗ୍ର ଦେଶରେ ରୋକ ଲଗାଯାଇଥିଲା । ଭୂଟାନ ଦୁନିଆର ଏମିତି ଏକ ପ୍ରଥମ ଦେଶ, ଯେଉଁଠି ତମ୍ବାଖରୁ ପ୍ରସ୍ତୁତ ଉତ୍ପାଦ ଉପରେ ସଂପୂର୍ଣ୍ଣ ଭାବରେ ପ୍ରତିବନ୍ଧକ ଲଗାଯାଇଛି । ଯଦି କିଏ ଏହାକୁ କିଣାବିକା କରିବା ସମୟରେ ଧରାପଡେ ତେବେ ଏଥିପାଇଁ ଜରିମାନା ସହିତ ଦଣ୍ଡ ଭୋଗିବାକୁ ପଡେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking