39.1 C
Bhubaneswar
Friday, April 26, 2024
Homeକରୋନାଜରୁରୀ କାଳିନୀ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ଡିସିଜିଆଇ ମଞ୍ଜୁରୀ

ଜରୁରୀ କାଳିନୀ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ଡିସିଜିଆଇ ମଞ୍ଜୁରୀ

ନୂଆଦିଲ୍ଲୀ: କରୋନା ବିପକ୍ଷ ଲଢେଇରେ ଭାରତକୁ ଆଉ ଏକ ହତିଆର ମିଳିଯାଇଛି । ଡିସିଜିଆଇ ଦ୍ୱାରା ମଡର୍ଣ୍ଣା କୋଭିଡ ୧୯ ଟିକାକୁ ଆଜି ସମିତି ଜରୁରୀ କାଳୀନି ବ୍ୟବହାର ପାଇଁ ଅନୁମତି ଦେଇଛି । ମଡର୍ଣ୍ଣାକୁ ମଂଜୁରୀ ମିଳିବା ସହିତ ଭାରତରେ ଏପର୍ଯ୍ୟନ୍ତ ୪ କରୋନା ଭ୍ୟାକ୍ସିନକୁ ଅନୁମତି ମିଳିସାରିଛି । ନୀତି ଆୟୋଗର ସଦସ୍ୟ ଡାକ୍ତର ଭି କେ ପଲ କହିଛନ୍ତି, ଭାରତରେ ମଡର୍ଣ୍ଣା ର ଦୁଇ ଡୋଜ ଟିକା ଦିଆଯିବ ।
ଲାଇସେନ୍ସ ମିଳିବା ହେଉଛି ପ୍ରଥମ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଆସନ୍ତା ପଦକ୍ଷେପ କମ୍ପାନୀ ନେବ । ତା ପରେ ମଡର୍ଣ୍ଣା ଭ୍ୟାକ୍ସିନର ଉତ୍ପାଦନ ହୋଇପାରିବ । ଏହି ଭ୍ୟାକ୍ସିନ -୨୦ ଡିଗ୍ରୀ ତାପମାତ୍ରାରେ ୭ ମାସ ପର୍ଯ୍ୟନ୍ତ ରହିପାରିବ ଓ ୨-୮ ଡିଗ୍ରୀ ତାପମାତ୍ରାରେ ଏକ ମାସ ଯାଏଁ ରହିପାରିବ । ମଡର୍ଣ୍ଣା ପୂର୍ବରୁ ଭାରତ ବାୟୋଟେକ ର କୋଭାକ୍ସିନ, ସିରମ ଇନ,୍‌ଟିଚ୍ୟୁଟର କୋଭିସିଲ୍ଡ ଓ ଋଷ ଭ୍ୟାକ୍ସିନ ସ୍ପୁଟନିକ ଭିକୁ ମଂଜୁରି ମିଳିସାରିଛି । ପଲ୍ କହିଛନ୍ତି ଆମେ ଜଲଦି ଫାଇଜରକୁ ନେଇ ଡିଲ୍ ଫାଇନାଲ କରିନେବୁ । ଅର୍ଥାତ ଫାଇଜରକୁ ଅନୁମତି ମିଳିବା ପରେ ଭାରତରେ ଭ୍ୟାକ୍ସିନ ସଂଖ୍ୟା ବଢି ୫ ହୋଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking