30.1 C
Bhubaneswar
Thursday, May 9, 2024
Homeକଳିଙ୍ଗ ସୁପର କପ୍‌-୨୦୨୪କଳିଙ୍ଗ ସୁପର କପ୍ ୨୦୨୪ : ଗ୍ରୁପ୍‌ ‘ଡି’ରେ ଓଡ଼ିଶା ଏଫ୍‌ସି

କଳିଙ୍ଗ ସୁପର କପ୍ ୨୦୨୪ : ଗ୍ରୁପ୍‌ ‘ଡି’ରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର : ଜାନୁୟାରୀ ୯ ରୁ ୨୮ ପର୍ଯ୍ୟନ୍ତ ଭୁବନେଶ୍ୱରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ କଳିଙ୍ଗ ସୁପର କପ୍ ୨୦୨୪ । ତେବେ ଗତଥରର ଚାମ୍ପିୟନ ଓଡ଼ିଶା ଏଫ୍‌ସି ଗ୍ରୁପ୍‌ ‘ଡି’ରେ ସ୍ଥାନ ପାଇଛି। ଏଫ୍‌ସି ଗୋଆ, ବେଙ୍ଗାଲୁରୁ ଏଫ୍‌ସି ଏବଂ ଆଇ-ଲିଗ୍‌ କ୍ୱାଲିଫାୟର ବିଜେତା ଦଳ ଏହି ଗ୍ରୁପ୍‌ରେ ଖେଳିବେ। କଳିଙ୍ଗ କପ୍‌ ଚାମ୍ପିୟନ ଦଳ ଏଏଫ୍‌ସି ୨୦୨୪-୨୫ ସିଜନର ଏସିଏଲ୍‌ ୨ ପ୍ରିଲିମିନାରି ଷ୍ଟେଜ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ। ଗତ ସଂସ୍କରଣର ଫାଇନାଲରେ ବେଙ୍ଗାଲୁରୁ ଏଫ୍‌ସିକୁ ହରାଇ ଓଡ଼ିଶା ଏଫ୍‌ସି ସୁପର କପ୍‌ ଜିତିବା ସହ ଏଏଫ୍‌ସି କପ୍‌ ୨୦୨୩-୨୪ ପାଇଁ ଯୋଗ୍ୟତା ପାଇଥିଲା। ଏଥିରେ ଘରୋଇ ପରିବେଶରେ ପ୍ରତିଯୋଗିତା ହେବାର ଥିବାରୁ ଓଡ଼ିଶା ଏଫ୍‌ସି ଟାଇଟଲ ବଜାୟ ରଖି କ୍ରମାଗତ ଦ୍ୱିତୀୟ ଥର ପାଇଁ ଏଏଫ୍‌ସି ପ୍ରତିଯୋଗିତାପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟ ରଖିଛି। ପ୍ରତି କ୍ଲବକୁ ସର୍ବାଧିକ ୬ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ ପାଇଁ ଅନୁମତି ମିଳିଛି, ଯାହାକି ଏଏଫ୍‌ସି ପ୍ରତିଯୋଗିତା ସହ ସମାନ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking